ରେକର୍ଡ ଭାଙ୍ଗିଲା ‘ଛାବା’, ‘ପୁଷ୍ପା ୨’କୁ ପଛରେ ପକାଇଲା
୫୦୦ କୋଟି ଟଙ୍କାର ଆୟ କଲାଣି 'ଛାବା'। 'ପୁଷ୍ପା ୨'ର ଆୟଠୁ ବି ୧ କୋଟି ଟଙ୍କା ଅଧିକ ରୋଜଗାର କରିସାରିଲାଣି 'ଛାବା'।
ମୁମ୍ୱାଇ: କିଛି ଦିନ ତଳେ ପୁରା ଦେଶରେ ଚହଳ ପକାଇଥିଲା ‘ପୁଷ୍ପା ୨’। କୋଟି କୋଟି ଟଙ୍କା ମଧ୍ୟ ରୋଜଗାର କରିଥିଲା। ଏପରିକି ‘ପୁଷ୍ପା ୨’ ଦେଖିବାକୁ ଫିଲ୍ମ ହଲରେ ଦର୍ଶକଙ୍କ ଭିଡ଼ ଜମିଥିଲା। ଏମିତିକି ଟିକେଟ ମଧ୍ୟ ମିଳୁନଥିଲା। ହେଲେ ଏବେ ‘ପୁଷ୍ପା ୨’ର ରେକର୍ଡ ଭାଙ୍ଗି ଦେଇଛି ‘ଛାବା’।
ଗତ ମାସ ଫେବୃଆରୀ ୧୪ ତାରିଖରେ ମୁକ୍ତିଲାଭ କରିଥିବା ଏହି ଫିଲ୍ମଟି ସାରା ବିଶ୍ୱରେ ୫୦୦ କୋଟି ଟଙ୍କା ଆୟ କରିସାରିଛି। ଏବେ ଏହି ଫିଲ୍ମଟି ଘରୋଇ ବକ୍ସ ଅଫିସରେ ମଧ୍ୟ ଏକ ଇତିହାସ ସୃଷ୍ଟି କରିବ ବୋଲି ଅନୁମାନ କରାଯାଉଛି।
ପୁଷ୍ପା ୨-ଛାବା: ତେବେ ଏହି ସାଉଥ୍ ମୁଭି ଛାବାକୁ ପୁଷ୍ପା ୨ ସହ କମ୍ପାୟାର କରାଯାଉଛି। କାରଣ ପୁଷ୍ପା ୨ରେ କ୍ରେଜ ଯେଉଁଭଳି ଭାବରେ ଥିଲା। ଏବେ ଛାବା ସେହି କ୍ରେଜକୁ ମଧ୍ୟ କାଟି ଦେଇଛି। ଛାବା ପୂର୍ବରୁ ସଲମାନ ଖାନ ଏବଂ ଶାହରୁଖ ଖାନଙ୍କ ଅନେକ ଫିଲ୍ମକୁ ପଛରେ ପକାଇସାରିଛି ଏବଂ ଏହା ଏହାର ତୃତୀୟ ଶନିବାରରେ ‘ପୁଷ୍ପା ୨’ ଭଳି ବ୍ଲକବଷ୍ଟରକୁ ମଧ୍ୟ ପଛରେ ପକାଇ ଦେଇଛି।
ଶୁକ୍ରବାର ଦିନ ଏହି ଫିଲ୍ମଟି ଘରୋଇ ବକ୍ସ ଅଫିସରେ ୧୩ କୋଟି ଟଙ୍କା କଲେକ୍ସନ କରିଛି। ଶନିବାର ଏହାର ରୋଜଗାରରେ ପୁଣି ଥରେ ବୃଦ୍ଧି ଘଟିଛି। ଫିଲ୍ମଟି ୧୬ତମ ଦିନରେ ୨୧ କୋଟି ଟଙ୍କା ରୋଜଗାର କରିଥିବା ସୂଚନା ମିଳିଛି। ଏହା ସହିତ ଛାବାର ଆୟ ଘରୋଇ ବକ୍ସ ଅଫିସରେ ୪୩୩.୫୦ ଟଙ୍କାରେ ପହଞ୍ଚିଛି।
ଯଦି ଦେଖିବା ‘ପୁଷ୍ପା ୨’ ତୃତୀୟ ଶନିବାର ବା ୧୭ ଦିନରେ ହିନ୍ଦୀରେ ୨୦ କୋଟିର ବ୍ୟବସାୟ କରିଥିଲା। ହେଲେ ଛାବା ଏହାଠାରୁ ଗୋଟିଏ କୋଟି ଅଧିକ ରୋଜଗାର କରିବାରେ ସଫଳ ହୋଇଛି।
ଛାଭା କେବଳ ଘରୋଇ ବକ୍ସ ଅଫିସରେ ପ୍ରଚୁର ଟଙ୍କା ରୋଜଗାର କରୁଛି ତାହା ନୁହେଁ। ବରଂ ବିଦେଶରେ ମଧ୍ୟ ଭଲ ରୋଜଗାର କରୁଛି। ଏହି ଫିଲ୍ମଟି ମାତ୍ର ୧୫ ଦିନରେ ସାରା ବିଶ୍ୱରେ ୫୬୬.୫ କୋଟି ଟଙ୍କାର ବ୍ୟବସାୟ କରିଛି। ଏହା ବିଦେଶରେ ୭୩ କୋଟି ଟଙ୍କା ରୋଜଗାର କରିସାରିଲାଣି।
ଫିଲ୍ମର କଳାକାର: ଛାବାରେ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି ଭିକି କୌଶଳ ଓ ରଶ୍ମିକା ମନ୍ଦାନା। ଆଉ ସବୁଠାରୁ କମନ କଥା ହେଉଛି ଏବେ ଯେଉଁ ଦୁଇଟି ଫିଲ୍ମ ପୁଷ୍ପା ୨ ଓ ଛାବା ମଧ୍ୟରେ ଟକ୍କର ହେଉଛି। ସେହି ଦୁଇଟି ଯାକ ମୁଭିରେ ମୁଖ୍ୟ ନାୟିକା ଭାବେ ନଜର ଆସିଛନ୍ତି ରଶ୍ମିକା ମନ୍ଦାନା।
ଲକ୍ଷ୍ମଣ ଉତେକରଙ୍କ ନିର୍ଦ୍ଦେଶନାରେ ଛାବା ନିର୍ମାଣ କରାଯାଇଛି। ଏହି ଚଳଚ୍ଚିତ୍ରରେ ଛତ୍ରପତି ଶିବାଜୀ ମହାରାଜଙ୍କ ପୁଅ ସମ୍ଭାଜୀ ମହାରାଜଙ୍କ ଭୂମିକାରେ ଅଭିନୟ କରିଛନ୍ତି। ଅକ୍ଷୟ ଖାନ୍ନା ଏହି ଫିଲ୍ମରେ ମୋଗଲ ସମ୍ରାଟ ଔରଙ୍ଗଜେବଙ୍କ ଭୂମିକାରେ ଅଭିନୟ କରିଛନ୍ତି। ରଶ୍ମିକା ଏହି ଫିଲ୍ମରେ ସମ୍ଭାଜୀ ମହାରାଜଙ୍କ ପତ୍ନୀ ୟେସୁବାଇ ଭୋସଲେଙ୍କ ଭୂମିକାରେ ଅଭିନୟ କରିଛନ୍ତି।