ବାହାହେଲେ ମାହାଙ୍ଗା ବିଧାୟକ ସାରଦା, ଜୟପୁରରେ କଲେ ଡେଷ୍ଟିନେଶନ୍ ୱେଡିଂ
ମାହାଙ୍ଗା ବିଧାୟକଙ୍କ ବାହାଘରରେ ସାମିଲ ହେଲେ ବହୁ ନେତା, ମନ୍ତ୍ରୀ । ନବଦମ୍ପତିଙ୍କୁ ଦେଲେ ଶୁଭେଚ୍ଛା ।
ଜୟପୁର: କଟକ ମାହାଙ୍ଗା ବିଧାୟକ ସାରଦା ପ୍ରସାଦ ପ୍ରଧାନ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ରାଜସ୍ଥାନ ରାଜଧାନୀ ଜୟପୁରର ଏକ ତାରକା ହୋଟେଲରେ ସାରଦା ଏବଂ ସିପ୍ରାଙ୍କ ବାହାଘର ଆଜି ସମ୍ପନ୍ନ ହୋଇଛି ।
ବହୁ ନେତା, ମନ୍ତ୍ରୀ ସାରଦାଙ୍କ ବାହାଘରରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି । ରିପୋର୍ଟ ମୁତାବକ ସାରଦା ସିପ୍ରା ପ୍ରିୟଦର୍ଶନୀ ବଳଙ୍କୁ ବିବାହ କରିଛନ୍ତି । କେନ୍ଦ୍ରାପଡ଼ା ଜାନରା ବାରିମୁଳା ଗ୍ରାମର ରମେଶ ଚନ୍ଦ୍ର ବଳଙ୍କ ବଡ଼ ଝିଅ ସିପ୍ରା ।
ସିପ୍ରା ଜଗତପୁର ବ୍ରାଞ୍ଚ ଷ୍ଟେଟ ବ୍ୟାଙ୍କରେ କାମ କରୁଥିବାବେଳେ ପୂର୍ବରୁ ସେ ମାହାଙ୍ଗା ନିଶ୍ଚିନ୍ତକୋଇଲିରେ ଏସଇଓ ଭାବେ କାମ କରୁଥିଲେ ।
ସ୍ୱାଧୀନ ଭାବେ ଚଳିତ ନିର୍ବାଚନ ଲଢ଼ି ବିଧାୟକ ହୋଇଥିବା ସାରଦାଙ୍କ ହାତ ଧରିଲେ ସିପ୍ରା । ଉଭୟଙ୍କ ପରିବାର ଏବଂ କିଛି ଖାସ୍ ବନ୍ଧୁ ହିଁ ଏହି ବିବାହରେ ସାମିଲ ହୋଇଥିବା ଜଣାପଡ଼ିଛି ।
ବିବାହକୁ ନେଇ ସୋସିଆଲ ମିଡିଆରେ ଅନେକେ ସାରଦାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।