Breaking: ମାର୍ଚ୍ଚ ଆରମ୍ଭରୁ ଅସହ୍ୟ ତାତି, ୪୦ ଡିଗ୍ରୀ ମୁହାଁ ପାରଦ
ଅସ୍ତବ୍ୟସ୍ତ କଲାଣି ଟାଣ ଖରା। ଏବେଠୁ ୪୦ ଡିଗ୍ରୀ ମୁହାଁ ତାପମାତ୍ରା। ଆଗକୁ କ'ଣ ହେବ ସ୍ଥିତି?
ଭୁବନେଶ୍ୱର: ମାର୍ଚ୍ଚ ଆରମ୍ଭରୁ ମୁଣ୍ଡ ଫଟା ଖରା। ଏବେଠୁ ୪୦ ଡିଗ୍ରୀ ମୁହାଁ ତାତି। ଅସ୍ତବ୍ୟସ୍ତ ଜନ ଜୀବନ। ଘରୁ ବାହାରିବାକୁ ବି ଲାଗୁଛି ଡର। ଆଗକୁ କେଉଁ ପରିସ୍ଥିତି ହେବ ଚିନ୍ତାରେ ଲୋକେ। ଟାଇଁ ଟାଇଁ ଖରାକୁ ଉପରମୁହାଁ ପାରଦ।
ଯେଉଁ ସମୟରେ ଖରା ଆରମ୍ଭ ହେବା କଥା ସେହି ସମୟରେ ୩୮ ଡିଗ୍ରୀ ଉପରେ ତାପମାତ୍ରା। ଯଦି ଦେଖିବା କାଲି ସବୁଠାରୁ ଉତ୍ତପ୍ତ ସହର ପାଲଟିଥିଲା ବୌଦ୍ଧ। ୩୮.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା।
କେବଳ ବୌଦ୍ଧ ନୁହେଁ ୩୭ ଡିଗ୍ରୀ ଟପିଲାଣି ୧୦ ସହରର ତାପମାତ୍ରା। ଏହାସହ ଚିନ୍ତା ବଢ଼ାଇଲାଣି ପଶ୍ଚିମ ଓଡ଼ିଶା। କାରଣ ୪୦ ଡିଗ୍ରୀ ମୁହାଁ ପଶ୍ଚିମ ଓଡ଼ିଶା ତାପମାତ୍ରା। ରବିବାର ବୌଦ୍ଧ, ବଲାଙ୍ଗୀରରେ ୩୮ ଡିଗ୍ରୀ ଟପିଛି ପାରଦ। ବୌଦ୍ଧରେ ତାପମାତ୍ରା ୩୮ ଦଶମିକ ୨ ଡିଗ୍ରୀ ଛୁଇଁଛି। ଏହାସହ ରାଜଧାନୀରେ ଦିନକରେ ଦୁଇ ଡିଗ୍ରି ତାପମାତ୍ର ବଢିଛି।
ଏହାସହ ଆଜି ବିଭିନ୍ନ ଜିଲ୍ଲା ଯେପରିକି ଝାରସୁଗୁଡ଼ା, ସୁନ୍ଦରଗଡ଼, ଟିଟଲାଗଡ଼, ଅନୁଗୁଳ, ବଲାଙ୍ଗୀର, ସମ୍ଲପୁର, ବରଗଡ଼ରେ ତାପମାତ୍ରା ୩୫ ଡିଗ୍ରୀ ଉପରେ ରହିବ ବୋଲି ଆକଳନ କରାଯାଇଛି। ମାର୍ଚ୍ଚ ମାସରେ ସ୍ଥିତି ଅସମ୍ଭାଳ ହେବ ବୋଲି ଆଶଙ୍କା କରାଯାଉଛି।
ଆଉ ଏପ୍ରିଲ କଥା ନକହିବା ହିଁ ଭଲ। କେବଳ ତାପମାତ୍ରା କଲବଲ କରିବ ତାହା ନୁହେଁ। ଟାଣ ଖରା ସହ ହନ୍ତସନ୍ତ କରିବ ଝାଞ୍ଜି ପବନ। ଆସନ୍ତା ଦୁଇ ସପ୍ତାହ ପାଗ ଶୁଖିଲା ରହିବ ବୋଲି ଆକଳଳନ କରିଛି ପାଣିପାଗ ବିଭାଗ। ଯାହାକି ଚିନ୍ତାର କାରଣ। ତେଣୁ ସତର୍କ ରୁହନ୍ତୁ। ଆଉ ସାଥୀରେ ପାଣି ବୋତଲ ଏବଂ ଛତା ସାଙ୍ଗରେ ନେଇ ଘରୁ ବାହାରନ୍ତୁ।