ଚଳିତବର୍ଷ ଆଗୁଆ ହେବ ଖରାଛୁଟି, ଖୁବଶୀଘ୍ର ଆସିବ ଗାଇଡଲାଇନ୍

ଉଭୟ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କ ପାଇଁ ଆସିବ ଦିଶାନିର୍ଦ୍ଦେଶ । ସରିଛି ବିଭାଗୀୟ ଆଲୋଚନା ।

ଭୁବନେଶ୍ୱର: ଏଥରକ ଖରାଛୁଟି ଆଗୁଆ ହୋଇପାରେ । କାରଣ ଉତ୍ତାପ ଯେଉଁଭଳି ବଢ଼ିଚାଲିଛି, ସେ ଅନୁସାରେ ପିଲାଙ୍କ ପାଇଁ ସ୍କୁଲ, କଲେଜ ଯିବା କଷ୍ଟକର ହୋଇପଡ଼ିବ ।

ଅନ୍ୟପକ୍ଷେ ମାର୍ଚ୍ଚରେ ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ସ୍କୁଲ ଓ କଲେଜ ପାଇଁ ଖୁବଶୀଘ୍ର ଗାଇଡଲାଇନ୍ ଆସିବ । ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଦିନେ ୨ ଦିନରେ ପିଲାଙ୍କ ପାଇଁ ସ୍ୱତନ୍ତ୍ର ଗାଇଡଲାଇନ୍ ଆସିବ ବୋଲିସ ସୂଚନା ।

ଏ ନେଇ ସ୍କୁଲ, ଗଣଶିକ୍ଷା ବିଭାଗ ଏବଂ ଉଚ୍ଚ ଶିକ୍ଷା ବିଭାଗ ସହିତ ରାଜସ୍ୱ ବିଭାଗର ଆଲୋଚନା ସରିଥିବା ଜରାପଡ଼ିଛି । ବଢ଼ୁଥିବା ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଏ ପ୍ରକାର ନିଷ୍ପତ୍ତି ନିଆଯାଇଛି ।