ଦୁର୍ଦ୍ଦାନ୍ତ ଅପରାଧୀ ମହେଶକୁ ସମ୍ବଲପୁରରେ ଏନକାଉଣ୍ଟର

ଭୁବନେଶ୍ୱର: ସମ୍ବଲପୁର ଜିଲ୍ଲା ଅଇଁଠାପାଲି ଅଞ୍ଚଳରେ ହୋଇଛି ଏନକାଉଣ୍ଟର । ଏୟାରଷ୍ଟ୍ରିପ୍ ରାସ୍ତାରେ ଏହି ଏନକାଉଣ୍ଟାର କରିଛି ପୋଲିସ । ଦୁର୍ଦ୍ଦାନ୍ତ ଅପରାଧୀ ମହେଶ କୁମାରକୁ ଏନକାଉଣ୍ଟର କରାଯାଇଥିବା ସୂଚନା ମିଳିଛି ।

ତେବେ ମହେଶ କୁମାରର ପାଦରେ ଗୁଳି ବାଜିଛି । ଏହା ପରେ ମହେଶକୁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି । ଅନ୍ୟପଟେ ମହେଶ ପାଖରୁ ବନ୍ଧୁକ ଓ ଅଫୁଟା ଗୁଳି ଜବତ କରିଛି ପୋଲିସ । ସୂଚନା ମୁତାବକ, ଗତକାଲି ବନ୍ଧୁକ ଦେଖାଇ ଦୁର୍ଦ୍ଦାନ୍ତ ଅପରାଧୀ ମହେଶ ୪୦ ହଜାର ଟଙ୍କା ଲୁଟ୍ କରିଥିଲା ।