“‘ପାକିସ୍ତାନୀ’ କାହାକୁ କହିବା ନୁହେଁ ଅପରାଧ”, ଜାଣନ୍ତୁ କାହିଁକି ଏମିତି କହିଲେ ଜଜ
ସୁପ୍ରିମକୋର୍ଟ ନିଷ୍ପତ୍ତି ଶୁଣାଇଛନ୍ତି ଯେ, କାହାକୁ ‘ମିଆଁ ଟିଆଁ’ ବା ପାକିସ୍ତାନୀ କହିବା ଭୁଲ୍, କିନ୍ତୁ ଅପରାଧ ନୁହେଁ।
ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି ଯେ, କୌଣସି ବ୍ୟକ୍ତିଙ୍କୁ ପାକିସ୍ତାନୀ କହିବା ଭୁଲ୍, ହେଲେ ଏହା ଅପରାଧ ନୁହେଁ। ଏଥିପାଇଁ ଆଇପିସି ଧାର ୨୯୮ ଅନୁଯାୟୀ, ଧାର୍ମିକ ଭାବନାକୁ ଆଘାତ କରିବାର କେସ୍ କରାଯାଇପାରିବ ନାହିଁ। କୋର୍ଟ ଜଣେ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିବାବେଳେ ଏହି କଥା କହିଛନ୍ତି।
ବିଚାରପତି ବିବି ନାଗରତ୍ନା ଏବଂ ଜଷ୍ଟିସ ସତୀଶ ଚନ୍ଦ୍ର ଶର୍ମାଙ୍କ ପୀଠ ଏହି ମାମଲାରେ ଶୁଣାଣି କରିଛନ୍ତି। ଅଭିଯୁକ୍ତ ହରି ନନ୍ଦନ ସିଂହଙ୍କୁ ନିର୍ଦ୍ଦୋଶରେ ଖଲାସ କରିବା ସମୟରେ ଏହି କଥା କହିଛନ୍ତି। ଅଭିଯୁକ୍ତଙ୍କ ଉପରେ ଜଣେ ସରକାରୀ କର୍ମଚାରୀଙ୍କୁ ‘ପାକିସ୍ତାନୀ’ କହିବାର ଅଭିଯୋଗ ଥିଲା।
ସମ୍ପୂର୍ଣ୍ଣ ମାମଲା: ଅଭିଯୋଗକାରୀ ଉର୍ଦ୍ଦୁ ଅନୁବାଦକ ଏବଂ ସୂଚନା ଅଧିକାର ଅଧିନିୟମ ପାଇଁ କାମ କରୁଥିବା କ୍ଲର୍କ। ଅପିଲ ପ୍ରାଧିକାରୀଙ୍କ ନିର୍ଦ୍ଦେଶ ପରେ ଅଭିଯୁକ୍ତ ସିଂହଙ୍କୁ ବ୍ୟକ୍ତିଗତ ଭାବେ କିଛି ସୂଚନା ଦେଇଥିଲେ।
ସିଂହ ଏହି ଡକ୍ୟୁମେଣ୍ଟ ସ୍ୱୀକାର କରିବାର ଅନିଚ୍ଛା ପ୍ରକାଶ କରିଥିଲେ। ପରେ ଏହାକୁ ସ୍ୱୀକାର କରିଥିଲେ। ଅଭିଯୋଗକାରୀ ଅଭିଯୋଗ ଆଣିଥିଲେ ଯେ, ସିଂହ ଧର୍ମକୁ ନେଇ ଉପଶବ୍ଦ କହିଛନ୍ତି।
ଉର୍ଦ୍ଦୁ ଅନୁବାଦକଙ୍କ ଅଭିଯୋଗ ପରେ ହରି ନନ୍ଦନ ସିଂହଙ୍କ ବିରୋଧରେ ଆଇପିସିର ବିଭିନ୍ନ ଧାରା ଅନୁଯାୟୀ ମାମଲା ରୁଜ୍ଜୁ କରାଯାଇଥିଲା। ମାଜିଷ୍ଟ୍ରେଟ ଏହି ମାମଲାର ସମୀକ୍ଷା କରି ଧାରା ୩୫୩, ୨୯୮ ଏବଂ ୫୦୪ ଅନୁଯାୟୀ ଅଭିଯୋଗ ଦାଖଲ କରିଥିଲେ।
କିନ୍ତୁ ପ୍ରମାଣ ଅଭାବରୁ ଧାରା ୩୨୩ ଏବଂ ୫୦୬ ଅନୁଯାୟୀ ଏହି ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରିଥିଲେ।