ଅଧା ରହିଗଲା ପ୍ରେମ କାହାଣୀ… Loverରୁ ପାଲଟିଲେ ସାଙ୍ଗ, ଭାଙ୍ଗିଲା ବିଜୟ- ତମନ୍ନାଙ୍କ ସମ୍ପର୍କ!

ବିଜୟ- ତମନ୍ନାଙ୍କ ସମ୍ପର୍କରେ ଫାଟ । ଅଲଗା ହୋଇଗଲେ ବି. ଟାଉନ୍ ପ୍ରେମପକ୍ଷୀ ।

ମୁମ୍ବାଇ: ମିଲ୍କ ବ୍ୟୁଟି ତମନ୍ନା ଭାଟିଆଙ୍କ ପ୍ରେମ କାହାଣୀ ରହିଗଲା ଅଧା । ଜାତୀୟ ଗଣମାଧ୍ୟମ ରିପୋର୍ଟ ମୁତାବକ ତମନ୍ନା ଓ ବିଜୟ ବର୍ମାଙ୍କ ପ୍ରେମ ସମ୍ପର୍କରେ ପୂର୍ଣ୍ଣଚ୍ଛେଦ ପଡ଼ିଯାଇଛି ।

ବ୍ରେକଅପ୍: ଦୁହେଁ ଇନଷ୍ଟାଗ୍ରାମରେ ପରସ୍ପରର ଫଟୋ ଡିଲେଟ୍ କରିବା ସହ ସେମାନେ ଆଉ ସମ୍ପର୍କରେ ରହିବେ ନାହିଁ ବୋଲି ଦୁହିଁଙ୍କ ମଧ୍ୟରେ ଚୁକ୍ତି ମଧ୍ୟ ହୋଇସାରିଛି । ହେଲେ ଏ ନେଇ ତମନ୍ନା କିମ୍ବା ବିଜୟ କୌଣସି ସ୍ପଷ୍ଟ ପ୍ରତିକ୍ରୀୟା ଦେଇ ନାହାନ୍ତି ।

କରିଥାନ୍ତେ ବିବାହ: କିଛି ସପ୍ତାହ ପୂର୍ବରୁ ଦୁହେଁ ପ୍ରେମ ସମ୍ପର୍କରେ ନ ରହି ଆଗାମୀ ଦିନରେ ବନ୍ଧୁ ହୋଇ ରହିବେ ବୋଲି କଥା ହୋଇଛନ୍ତି । କିଛି ବର୍ଷ ଦୁହେଁ ସମ୍ପର୍କରେ ରହିଥିବାବେଳେ ଦୁହିଁଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋର ଧରିଥିଲା ।

ହେଲେ ହଠାତ୍ ଏବେ ଦୁହିଁଙ୍କ ବ୍ରେକଅପ୍ ନେଇ ଖବର ପ୍ରକାଶ ପାଇଛି, ଯାହା ଉଭୟେଙ୍କ ଫ୍ୟାନ୍ସଙ୍କୁ ପସନ୍ଦ ଆସି ନ ଥିବ । ବିଜୟ ଏବଂ ତମନ୍ନା ୱେବ ସିରିଜ୍ ଲଷ୍ଟ ଷ୍ଟୋରିଜ-୨ର ପ୍ରମୋଶନ ବେଳେ ସେମାନଙ୍କ ସମ୍ପର୍କକୁ ସାର୍ବଜନିନ କରିଥିଲେ ।