Breaking: OSSSC ଶାରିରୀକ ପରୀକ୍ଷାବେଳେ ଅଘଟଣ: କାଲି ସକାଳ ୧୦ ସୁଦ୍ଧା ସରିବ ପରୀକ୍ଷା

ସୁନ୍ଦରଗଡ଼: ଓଏସଏସଏସସି ଶାରୀରିକ ପରୀକ୍ଷାରେ ଅଘଟଣ ପ୍ରସଙ୍ଗ, କାଲି ସକାଳ ୧୦ଟା ସୁଦ୍ଧା ଶାରୀରିକ ପରୀକ୍ଷା ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଏ ନେଇ ଓଏସଏସଏସସି ଅଧ୍ୟକ୍ଷ ଏବଂ ସଚିବ ନିର୍ଦ୍ଦେଶ ଜାରି କରିଛନ୍ତି । ସମସ୍ତ ପ୍ରାର୍ଥୀଙ୍କୁ ଭୋରରୁ ଭବାନୀପୁର ପଡ଼ିଆରେ ହାଜର ହେବାକୁ ନିର୍ଦ୍ଦେଶ ଜାରି କରାଯାଇଛି ।

କାଲି ଭୋର ୪ଟା ୩୦ ମିନିଟରୁ ୫ଟା ସୁଦ୍ଧା ହାଜର ନିର୍ଦ୍ଦେଶ ଦିଆଯାଇଛି । ସମସ୍ତ ପ୍ରାର୍ଣୀଙ୍କୁ ଫୋନ୍ କରି ଜଣାଇ ଦିଆଯାଇଛି । ଏ ନେଇ ସୂଚନା ଦେଲେ ସୁନ୍ଦରଗଡ଼ ଅତିରିକ୍ତ ଜିଲ୍ଲାପାଳ ।