ପ୍ରଥମେ ପ୍ରେମିକ ନାମରେ ଦୁଷ୍କର୍ମର ଅଭିଯୋଗ ଅଣିଲେ ପ୍ରେମିକା, ପରେ କଲେ କୋର୍ଟ ମ୍ୟାରେଜ୍‌, ଏବେ କହୁଛନ୍ତି- ମୋ ଜୀବନ ଉପରେ ବିପଦ

ପ୍ରଥମେ ପ୍ରେମିକା ନିଜ ପ୍ରେମିକ ଉପରେ ଆଣିଲା ଦୁଷ୍କର୍ମ ଅଭିଯୋଗ, ପରେ କଲେ ବିବାହ, ଏବେ ପୁଣି କହୁଛନ୍ତି ମୋ ଜୀବନ ଉପରେ ବିପଦ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ମିର୍ଜାପୁରରୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଏଠାରେ ଜଣେ ପ୍ରେମିକା ନିଜ ପ୍ରେମିକା ବିରୋଧ ପ୍ରଥମେ ଦୁଷ୍କର୍ମର ଅଭିଯୋଗ ଆଣିଥିଲେ।

ଏହାପରେ କୋର୍ଟ ମ୍ୟାରେଜ କରିଛନ୍ତି ଏବଂ ବର୍ତ୍ତମାନ ପ୍ରେମୀ ଯୁଗଳ ନିଜ ପରିବାର ଲୋକଙ୍କୁ ସୁରକ୍ଷା ମାଗୁଛନ୍ତି।

ପ୍ରେମିକାର ଘର ସାମ୍ନାରେ ପ୍ରେମିକର ଦୋକାନ ଥିଲା। ଏହି ସମୟରେ ଏହି ଦୁହିଁଙ୍କ ମଧ୍ୟରେ ପ୍ରେମ ସଂପର୍କ ସ୍ଥାପନ ହୋଇଥିଲା। କିନ୍ତୁ ଏହି ପ୍ରେମକୁ ସ୍ୱୀକାର କରିନଥିଲେ ଝିଅର ଘର ଲୋକେ।

ପରିବାର ଲୋକଙ୍କ ଚାପରେ ଝିଅଟି ଫେବୃଆରୀ ୨୭ ତାରିଖରେ ପ୍ରେମିକ ନାମରେ ଦୁଷ୍କର୍ମର ଏତଲା ଥାନାରେ ଦେଇଥିଲା।

ଏହାର କିଛି ଦିନ ମଧ୍ୟରେ ଏମାନେ କୋର୍ଟରେ ଯାଇ ବିବାହ କରିଥିଲେ। କିନ୍ତୁ ବର୍ତ୍ତମାନ ନିଜର ସୁରକ୍ଷା ପାଇଁ ଗୁହାରୀ କରୁଛନ୍ତି।