Breaking: କଟକ ସିଡିଏରେ ଜଳିଗଲା ୨ ମହଲା ବିଲ୍ଡିଂ, ୨ ଗୁରୁତର ଡାକ୍ତରଖାନାରେ ଭର୍ତ୍ତି

କଟକ: ଦ୍ୱିମହଲା କୋଠାରେ ନିଆଁ ଲାଗି ଯୁବକ, ଯୁବତୀ ଗୁରୁତର ହୋଇପଡ଼ିଛନ୍ତି । ବିଳମ୍ବିତ ରାତିରେ ସିଡିଏ ସେକ୍ଟର ୭ରେ ନିଆଁ ଲାଗି ଘର ଜଳିଯାଇଥିବା ସୂଚନା ।

ଘରର ସମସ୍ତ ଆସବାବପତ୍ର ସହ କାର ଓ ୨ଟି ବାଇକ ଜଳିଗଲା । ନିଆଁରେ ପୋଡ଼ିହୋଇ ୨ ଗୁରୁତର ହୋଇଥିବାବେଳେ ସେମାନଙ୍କୁ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଛି ।

ସେ ବିଲ୍ଡରେ ଥିବା ଅନ୍ୟ ଲୋକମାନେ କିନ୍ତୁ ବର୍ତ୍ତି ଯାଇଛନ୍ତି । ତେବେ ବିଲ୍ଡିଂରେ କିପରି ନିଆଁ ଲାଗିଲା; ତାହା ସ୍ପଷ୍ଟ ହୋଇପାରି ନାହିଁ ।