ଭୁବନେଶ୍ୱର: ହଂସିତା ଅଭିଲିପ୍ସାଙ୍କୁ ଗୋଟିଏ ମାମଲାରେ ହାଇକୋର୍ଟରେ ଜାମିନ୍ । ଭୁଲ ତଥ୍ୟ ଦେଇ ପାସପୋର୍ଟ କରିଥିବା ମାମଲାରେ ମିଳିଲା ଜାମିନ ।
ଠକେଇ ଅଭିଯୋଗ ମାମଲାରେ ଶୁଣାଣି ଶେଷ, ରାୟ ସଂରକ୍ଷିତ ।
ସହଯୋଗୀ ଅନିଲ ମହାନ୍ତିଙ୍କ ଜାମିନ ଶୁଣାଣି ମଧ୍ୟ ଶେଷ ହୋଇଛି ।
ଲେଡି ବ୍ଲାକମେଲର ହଂସିତା ବହୁ କଣ୍ଟ୍ରାକ୍ଟର ଓ ବ୍ୟବସାୟୀଙ୍କୁ ବ୍ଲାକମେଲ କରି ଟଙ୍କା ଆଦାୟ କରୁଥିଲା । ବଡ଼ ବଡ଼ ପ୍ରଶାସନିକ ଅଧିକାରୀଙ୍କ ସହିତ ଜଣାପରିଚିତ ରହିଥିବା କଥା କହି ଲୋକଙ୍କୁ ଲୋଭ ଦେଖାଉଥିଲା ହଂସିତା ଓ ତା’ ସହଯୋଗୀ ।