ସପ୍ତାହକୁ ୯୦ ଘଣ୍ଟା କାମ କରୁଥିବା ଲୋକଙ୍କ ଉପରେ ପଡିବ ଭୟଙ୍କର ପ୍ରଭାବ, WHOର ପୂର୍ବତନ ବୈଜ୍ଞାନିକ ଦେଲେ ଚେତାବନୀ

ଦୀର୍ଘ ସମୟ ଧରି କାମ କରୁଥିବା ବ୍ୟକ୍ତିର ସ୍ୱାସ୍ଥ୍ୟ ଉପରେ ପଡିବ ଭୟଙ୍କର ପ୍ରଭାବ, ଜାଣନ୍ତୁ କଣ କହିଲେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପୂର୍ବତନ ବୈଜ୍ଞାନିକ

ନୂଆଦିଲ୍ଲୀ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପୂର୍ବତନ ମୁଖ୍ୟ ବୈଜ୍ଞାନିକ ଏବଂ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ପରାମର୍ଶଦାତା ସୌମ୍ୟା ସ୍ୱାମୀନାଥନ କହିଛନ୍ତି ଯେ, ଲୋକଙ୍କୁ ନିଜ ସ୍ୱାସ୍ଥ୍ୟ କଥା ଭାବିବା ଆବଶ୍ୟକ। ଏଥିସହ ସେମାନେ ଏହା ମଧ୍ୟ ଜାଣିବା ଆବଶ୍ୟକ ଯେ, କେତେବେଳେ ନିଜକୁ ଆରମ ଦେବା ଆବଶ୍ୟକ।

ସେ କହିଛନ୍ତି ଯେ, କୋଭିଡ ୧୯ ସମୟରେ ଟିକେ ଅଧିକ କାମ କରିବା ସମ୍ଭବ, କିନ୍ତୁ ବହୁ ସମୟ ପର୍ଯ୍ୟନ୍ତ କାମ କରିବା ଠିକ୍ ନୁହେଁ। ସ୍ୱାମୀନାଥନ ଏହି ବିଷୟରେ ନିଜର ଦାବି ରଖି ଏକ ଗୁରୁତ୍ୱପୂର୍ଣ୍ଣ ବିଷୟରେ କଥା ହୋଇଛନ୍ତି।

କ’ଣ କହିଲେ ଆଇସିଏମଆରର ପୂର୍ବତନ ମହାନିର୍ଦ୍ଦେଶକ: ଜଣେ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ଉପରେ ଦୀର୍ଘ ଘଣ୍ଟା କାମ କରିବାର ପ୍ରଭାବ ବିଷୟରେ ପଚରାଯିବାରୁ, ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର) ର ପୂର୍ବତନ ମହାନିର୍ଦ୍ଦେଶକ କହିଛନ୍ତି, “ମୁଁ ଅନେକ ଲୋକଙ୍କୁ ଜାଣେ ଯେଉଁମାନେ ବହୁତ ପରିଶ୍ରମ କରନ୍ତି।

ତେଣୁ, ମୁଁ ଭାବୁଛି ଏହା ଏକ ବ୍ୟକ୍ତିଗତ ଜିନିଷ ଏବଂ ଯେତେବେଳେ ଆପଣ କ୍ଳାନ୍ତ ହୋଇପଡିବେ ଏହାକୁ ଆପଣ ନିଜେ ଅନୁଭବ କରିପାରିବେ, ତେଣୁ ଆପଣ ଶରୀରକୁ ମଧ୍ୟ ବୁଝିବା ଆବଶ୍ୟକ।”

‘ଆମେ ଏମିତି କଲୁ..’: ସୌମ୍ୟା ସ୍ୱାମୀନାଥନ ଆଗକୁ କହିଛନ୍ତି ଯେ, ସେହି ଦୁଇ-ତିନି ବର୍ଷ ଆମେ ଅଧିକ ଶୋଇନୁ। ଆମେ ସେତେବେଳେ ସ୍ୱାସ୍ଥ୍ୟକୁ ନେଇ ବହୁତ ଚିନ୍ତିତ ଥିଲୁ। ୨୪ ଘଣ୍ଟା କାମ କରୁଥିଲୁ। ଏହାପରେ କିଛି ଲୋକେ ଏହି ପେଶା ଛାଡିଦେଇଥିଲେ।

ମାନସିକ ସ୍ୱାସ୍ଥ୍ୟର ଯତ୍ନ ନିହାତି ଆବଶ୍ୟକ: ସେ ଆହୁରି କହିଛନ୍ତି ଯେ, ମାନସିକ ସ୍ୱାସ୍ଥ୍ୟ ପାଇଁ ବିଶ୍ରାମ ନେବା ନିହାତି ଆବଶ୍ୟକ। ଆପଣ ନିଜ ସିଟ୍‌ରେ ୧୨ ଘଣ୍ଟା ବସିପାରିବେ, କିନ୍ତୁ ୮ ଘଣ୍ଟା ପରେ ଆପଣ କ୍ୱାଲିଟିର କାମ କରିପାରିବେ ନାହିଁ।

ଚଳିତ ବର୍ଷ ଲାର୍ସନ ଏଣ୍ଡ ଟୂବ୍ରୋର ଚେୟାରମ୍ୟାନ ଏସ ଏନ ସୁବ୍ରହ୍ମଣ୍ୟନ କହିଛନ୍ତି ଯେ, ଯୁକ୍ତି କରି ଦାବି କରିଥିଲେ ଯେ, କର୍ମାଚରୀଙ୍କୁ ଘରେ ରହିବା ବଦଳରେ ସପ୍ତାହରେ ୯୦ ଘଣ୍ଟା କାମ କରିବା ଆବଶ୍ୟକ।