ଲୋକସଭାରେ ଧମେନ୍ଦ୍ର ପ୍ରଧାନ ଏମିତି କଣ କହିଲେ, ଯାହା ପାଇଁ ରାଗିଗଲେ ସିଏମ ଷ୍ଟାଲିନ, କହିଲେ ‘ମୁହଁ ସମ୍ଭାଳିକି କଥା କୁହ’

ଲୋକସଭାରେ ହାଇଡ୍ରାମା: ମୁହାଁମୁହିଁ ହେଲେ ଶିକ୍ଷାମନ୍ତ୍ରୀ ଏବଂ ତାମିଲନାଡୁ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ସୋମବାର ଦିନ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିବୃତ୍ତିର ଜବାବ ଦେଇ ‘ଅହଙ୍କାରୀ’ କହିଛନ୍ତି। ଏହା ପୂର୍ବରୁ କେନ୍ଦ୍ର ମନ୍ତ୍ରୀ ତାମିଲନାଡୁ ସରକାରଙ୍କୁ ‘ବେଇମାନ’ କହିଥିଲେ।

ଲୋକସଭାରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାମିଲନାଡୁରେ ପିଏମ ସ୍କୁଲ ଫର୍ ରାଇଜିଙ୍ଗ ସ୍କିମରେ ମାମଲାକୁ ନେଇ ତାମିଲନାଡୁ ସରକାରଙ୍କୁ ଟାର୍ଗେଟ କରିଥିଲେ। ଏଥିସହ ଧର୍ମେନ୍ଦ୍ର ଷ୍ଟାଲିନଙ୍କୁ କହିଥିଲେ ଯେ, ‘ବେଇମାନ’। ଶିକ୍ଷାମନ୍ତ୍ରୀ କହିଥିଲେ ଯେ, ଏମ କେ ଷ୍ଟାଲିନ ପିଲାଙ୍କ ଭବିଷ୍ୟତ ସହ ଖେଳୁଛନ୍ତି।

ଏହି ମାମଲାକୁ ନେଇ ଏମକେ ଷ୍ଟାଲିନ ସୋସିଆଲ ମିଡିଆ ପ୍ଲାଟଫର୍ମରେ ତାମିଲରେ ପୋଷ୍ଟ କରି ଧମେନ୍ଦ୍ର ପ୍ରଧାନଙ୍କୁ ଅହଙ୍କାରୀ କହିଛନ୍ତି। ସେ ଲେଖିଛନ୍ତି, “ସେ ଏକ ଅହଙ୍କାରୀ ରାଜାଙ୍କ ଭଳି କଥା ହେଉଛନ୍ତି ଏବଂ ଏହା କରି ସେ ତାମିଲନାଡୁ ଲୋକଙ୍କର ଅପମାନ କରୁଛନ୍ତି। ସେ ଭାବିଚିନ୍ତି ଅନୁଶାସିତ ବ୍ୟବହାର କରିବା ଆବଶ୍ୟକ”।

ସେ ଆଗକୁ ଆହୁରି ଲେଖିଛନ୍ତି , “ସେ ନିଜକୁ ରାଜା ଭାବିଛନ୍ତି ଏବଂ ଅହଙ୍କାରୀ ଲୋକଙ୍କ ଭଳି କଥା କହୁଛନ୍ତି। ସେ ନିଜର ମୁହଁ ସମ୍ଭାଳିକି କଥା କହିବା ଆବଶ୍ୟକ।”