Breaking: ଗଣତନ୍ତ୍ରର ହତ୍ୟା କରିଛନ୍ତି ବାଚସ୍ପତି, ନ୍ୟାୟ ଦାବିରେ ସାରା ରାତି ଆନ୍ଦୋଳନରେ ବସିବ କଂଗ୍ରେସ

ଭୁବନେଶ୍ୱର: ଯେଉଁମାନେ ଗଣ୍ଡଗୋଳ କରିଛନ୍ତି ସେମାନଙ୍କୁ ସସପେଣ୍ଡ କରାଯାଉ ବୋଲି କହିଲେ କଂଗ୍ରେସ ବିଧାୟକ ତାରା ବାହିନୀପତି । ଆମେ ବିଭିନ୍ନ ମନ୍ତ୍ରୀଙ୍କ ବିରୋଧରେ କହିଲୁ ବୋଲି ଆମ ଉପରେ ଆକ୍ସନ ନିଆଯାଇଛି ।

ଆମପ୍ରତି ଅନ୍ୟାୟ ହୋଇଛି । ବାଚସ୍ପତି ବିଜେପିର ନେତ୍ରୀ ହୋଇଛନ୍ତି । ସେ ସର୍ବସାଧାରଣଙ୍କ ବାଚସ୍ପତି ନୁହଁନ୍ତି । ନ୍ୟାୟ ବଦଳରେ ଅନ୍ୟାୟ କରିଛନ୍ତି, ତାଙ୍କର ଯୋଗ୍ୟତା ନାହିଁ ବୋଲି ସୁରମାଙ୍କ ଉପରେ ବର୍ଷିଲେ ତାରା ବାହିନୀପତି ।
ଆକ୍ରମଣକାରୀଙ୍କ ସମ୍ପର୍କରେ ବାଚସ୍ପତିଙ୍କୁ ଜଣାଯାଇଥିଲେ ମଧ୍ୟ ସେ କଂଗ୍ରେସ କଥା ଶୁଣି ନ ଥିବା କହିଛନ୍ତି ।

ସସପେଣ୍ଡ ବିରୋଧରେ କଂଗ୍ରେସ ଗାନ୍ଧି ପ୍ରତିିମୁର୍ତ୍ତି ତଳେ ରାତିସାରା ଧାରଣାରେ ବସିବ ବୋଲି କହିଲେ ତାରା । ବାଚସ୍ପତି କେବଳ ବିଜେପି କଥା ଶୁଣିଲେ, ଅନ୍ୟ ଦଳରର ଲୋକଙ୍କ କଥା ସେ ଶୁଣି ନ ଥିବା ଅଭିଯୋଗ କରିଛନ୍ତି ତାରା ।
ବାବୁ ସିଂ ଧକ୍କା ଦେଇଛନ୍ତି । ଜୟନାରାୟଣ ମୋ କାଲର ଧରିଛନ୍ତି ବୋଲି ନିଲମ୍ବନ ପରେ ନିଜ ପ୍ରତିକ୍ରିୟାରେ କହିଛନ୍ତି ତାରା ବାହିନୀପତି ।