ନୂଆଦିଲ୍ଲୀ: ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶରେ ବେଲୁଚ ଲିବରେସନ ଆର୍ମି(ବିଏଲଏ) ମଙ୍ଗଳବାର ଏକ ଯାତ୍ରୀବାହୀ ଟ୍ରେନ ଅପହରଣ କରି ନେଇଥିଲା । ତେବେ ଜାଫର ଏକ୍ସପ୍ରେସରେ ରହିଥିବା 214 ଜଣ ଯାତ୍ରୀଙ୍କୁ ବନ୍ଧକ ରଖାଯାଇଥିବା ବିଏଲଏ ପକ୍ଷରୁ କୁହାଯାଇଥିଲା ।
ତେବେ ଏହାକୁ ରୋକିବାକୁ ଉଦ୍ୟମ କରିଥିବା 30 ଜଣ ସୈନ୍ୟଙ୍କୁ ହତ୍ୟା କରାଯାଇଥିବା ନେଇ ବେଲୁଚ ଲିବରେସନ ଆର୍ମି ଦାବି କରିଛି । ତେବେ ପାକିସ୍ତାନ ସେନାର ଜୋରଦାର ଅପରେସନ ପରେ ଟ୍ରେନ ହାଇଜାକ କରିଥିବା 16 ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ସେହିପରି 104 ଜଣ ପଣବନ୍ଦୀଙ୍କୁ ମୁକୁଳା ଯାଇଥିବା ସୂଚନା ରହିଛି ।
ତେବେ ଟ୍ରେନ ହାଇଜାକ ସମୟରେ କିଛି ଯାତ୍ରୀ ଚତୁରତାର ସହିତ ମୁକୁଳିଯାଇଥିଲେ । ତେବେ ମୁକୁଳିଥିବା 104 ଜଣ ପଣବନ୍ଦୀଙ୍କ ମଧ୍ୟରେ 31ଜଣ ମହିଳା ଏବଂ 15 ଜଣ ଶିଶୁ ରହିଛନ୍ତି ।
ଖବର ଅନୁସାରେ, ଟ୍ରେନ ହାଇଜାକ ପରେ ରାତିସାରା ବେଲୁଚି ଲିବରେସନ ଆର୍ମି ସହିତ ପାକିସ୍ତାନ ସେନାର ଗୁଳି ବିନିମୟ ହୋଇଥିଲା । ତେବେ ଏଥିରେ 17 ଜଣ ଯାତ୍ରୀ ମଧ୍ୟ ଆହତ ହୋଇଛନ୍ତି ।
ସେମାନଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଟ୍ରେନଟି କ୍ବେଟାରୁ ପେଶାଓ୍ବର ଯାଉଥିବା ବେଳେ ଅପରଣ କରାଯାଇଥିଲା ।