ନୂଆଦିଲ୍ଲୀ: ଯଦି ଆପଣ ସରକାରୀ ଚାକିରି ଖୋଜୁଛନ୍ତି ଏବଂ ଏଗ୍ରିକଲ୍ଚର ଗ୍ରାଜୁଏଟ୍, ତେବେ ଆପଣଙ୍କ ପାଇଁ ରହିଛି ଏକ ବଡ଼ ସୁଯୋଗ ।
ଇଣ୍ଡିଆନ୍ ଫାର୍ମର୍ସ ଫର୍ଟିଲାଇଜର କୋ-ଅପରେଟିଭ୍ ଲିମିଟେଡ୍ (ଏଏଫଏଫସିଓ) ଏଗ୍ରିକଲ୍ଚର ଗ୍ରାଜୁଏଟ୍ ଟ୍ରେନ(ଏଜିଟି) ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି । ଆଗ୍ରହୀ ପ୍ରାର୍ଥୀମାନେ ୧୫ ମାର୍ଚ୍ଚ ୨୦୨୫ ପର୍ଯ୍ୟନ୍ତ ଅଫିସିଆଲ୍ ୱେବସାଇଟ୍ agt.iffco.in ଯାଇ ଅନଲାଇନରେ ଆବେଦନ କରିପାରିବେ । ଆବେଦନର ତାରିଖ ବହୁତ ପାଖେଇ ଆସିଛି, ତେଣୁ ପ୍ରାର୍ଥୀମାନେ ଶୀଘ୍ର ଆବେଦନ କରିବା ଉଚିତ ।
ଏହି ନିଯୁକ୍ତିରେ କେବଳ ସେହି ପ୍ରାର୍ଥୀମାନେ ଆବେଦନ କରିପାରିବେ, ଯେଉଁମାନେ ଏକ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟ/ପ୍ରତିଷ୍ଠାରୁ ସର୍ବନିମ୍ନ ୬୦% ମାର୍କ ସହିତ ବି.ଏସ୍ସି (ଏଗ୍ରିକଲ୍ଚର)ରେ ଡିଗ୍ରୀ ହାସଲ କରିଛନ୍ତି । ଏସସି/ଏସଟି ବର୍ଗ ପାଇଁ ସର୍ବନିମ୍ନ ୫୫% ମାର୍କ ଆବଶ୍ୟକ ।
ଆବେଦନ କରୁଥିବା ପ୍ରାର୍ଥୀଙ୍କ ସର୍ବାଧିକ ବୟସ ୩୦ ବର୍ଷ ହେବା ଉଚିତ । ଯେତେବେଳେ ସଂରକ୍ଷିତ ବର୍ଗକୁ ନିୟମ ଅନୁଯାୟୀ ଛାଡ଼ ଦିଆଯିବ ।
ଏହି ନିଯୁକ୍ତି ପାଇଁ ପ୍ରାର୍ଥୀମାନଙ୍କୁ କମ୍ପ୍ୟୁଟର ଆଧାରିତ ଅନଲାଇନ୍ ପରୀକ୍ଷା ଏବଂ ଡାକ୍ତରୀ ପରୀକ୍ଷା ଦେବାକୁ ପଡିବ । ଏହି ଅନଲାଇନ୍ ପରୀକ୍ଷା ଅହମ୍ମଦାବାଦ, ବେଙ୍ଗାଲୁରୁ, ଦିଲ୍ଲୀ, କୋଲକାତା, ଚେନ୍ନାଇ, ଲକ୍ଷେ୍ନø, ନାଗପୁର, ପାଟନା, ଚଣ୍ଡିଗଡ଼, ଡେରାଡୁନ, ଭୋପାଳ, ହାଇଦ୍ରାବାଦ ସମେତ ଅନେକ ସହରରେ ଅନୁଷ୍ଠିତ ହେବ ।
ମନୋନୀତ ପ୍ରାର୍ଥୀମାନଙ୍କୁ ୧ ବର୍ଷର ତାଲିମ ଦିଆଯିବ, ଯେଉଁଥିରେ ସେମାନେ ପ୍ରତି ମାସରେ ୩୩,୦୦୦ ଟଙ୍କା ଦରମା ପାଇବେ । ତାଲିମ ସଫଳତାର ସହ ସମାପ୍ତ ହେବା ପରେ ଦରମା ପ୍ରତି ମାସରେ ୩୭,୦୦୦ ଟଙ୍କାକୁ ବୃଦ୍ଧି କରାଯିବ ।
କିପରି କରିବେ ଆବେଦନ :
ହୋମପେଜରେ ପ୍ରଥମେ ଅଫିସିଆଲ୍ ୱେବସାଇଟ୍ agt.iffco.in କୁ ଯାଆନ୍ତୁ ।
ହୋମପେଜରେ “Click Here to Register” ଉପରେ କ୍ଲିକ୍ କରନ୍ତୁ ଏବଂ ଆବଶ୍ୟକୀୟ ବିବରଣୀ ପୂରଣ କରି ପଞ୍ଜୀକରଣ କରନ୍ତୁ ।
ଲଗଇନ୍ କରନ୍ତୁ ଏବଂ ଆବେଦନ ଫର୍ମ ପୂରଣ କରନ୍ତୁ ।
ଫର୍ମ ଦାଖଲ କରିବା ପରେ, ଏହାର ଏକ ପ୍ରିଣ୍ଟଆଉଟ୍ ନିଅନ୍ତୁ ଏବଂ ଏହାକୁ ସୁରକ୍ଷିତ ରଖନ୍ତୁ ।