ଭୁବନେଶ୍ୱର: ପଦ୍ମଭୂଷଣ ରମାକାନ୍ତ ରଥଙ୍କ ପରଲୋକ ଘଟିଛି । ୯୧ ବର୍ଷ ବୟସରେ ସବୁଦିନ ପାଇଁ ଆଖିବୁଜି ଦେଇଛନ୍ତି ରମାକାନ୍ତ । ‘ଶ୍ରୀରାଧା’ କବି ଭାବରେ ସେ ଖୁବ୍ ପରିଚିତ ଥିଲେ । ୧୯୩୪ ମସିହାରେ କଟକରେ ସେ ଜନ୍ମଗ୍ରହଣ କରିଥିଲେ ।
ଏହା ସହ ୧୯୫୭ରେ ଭାରତୀୟ ପ୍ରଶାସନିକ ସେବାରେ ନିୟୋଜିତ ହୋଇଥିଲେ ରମାକାନ୍ତ । ପରେ ୧୯୯୨ରେ ସେ ଅବସର ଗ୍ରହଣ କରିଥିଲେ । ସେ ଓଡ଼ିଶାର ପୂର୍ବତନ ମୁଖ୍ୟ ସଚିବ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ ।