ପୁଣି ରାଜଧାନୀରେ ଗଡ଼ିଲା ମୁଣ୍ଡ, ଯୁବକଙ୍କ ମୁଣ୍ଡକୁ ଛତୁ କରିଦେଲା କଲେଜ ବସ୍
ପୁଣି ରାଜଧାନୀରେ ଆଉ ଏକ ମୁଣ୍ଡ ଗଲା। ବାଇକକୁ ପଛପଟୁ ପିଟିଲା ଘରୋଇ କଲେଜ ବସ୍। ଫଳରେ ବସ୍ ଚକା ତଳେ ପଡି ଜୀବନ ଚାଲିଗଲା ଯୁବକଙ୍କର।
ଭୁବନେଶ୍ୱର: ପୁଣି ରାଜଧାନୀରେ ଆଉ ଏକ ମୁଣ୍ଡ ଗଲା। ବାଇକକୁ ପଛପଟୁ ପିଟିଲା ଘରୋଇ କଲେଜ ବସ୍। ଫଳରେ ବସ୍ ଚକା ତଳେ ପଡି ଜୀବନ ଚାଲିଗଲା ଯୁବକଙ୍କର। ଏହି ଦୁର୍ଘଟଣା ଘଟିଛି ଭଫୁବନେଶ୍ୱର ଘାଟିକିଆ ନୂଆଗାଁ ରାସ୍ତାରେ।
ଫଳରେ ଘଟଣାସ୍ଥଳରେ ଚାରା ଉତ୍ତେଜନା ଦେଖାଦେଇଛି। ଦୁର୍ଘଟଣା ସ୍ଥଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ସକାଳ ପ୍ରାୟ ୮.୧୫ ସମୟରେ ଏହି ଦୁର୍ଘଟଣା ଘଟିଛି। ଛାତ୍ରଛାତ୍ରୀଙ୍କୁ ନେଇ ଯିବା ସମୟରେ ଏକ ବାଇକକୁ ଧକ୍କା ଦେଇଥିଲା ବସ୍।
ଫଳରେ ଘଟଣାସ୍ଥଳରେ ହିଁ ଯୁବକଙ୍କର ମୃତ୍ୟୁ ହୋଇଥିଲା। ପରିବାର ଓ ସ୍ଥାନୀୟ ଲୋକଙ୍କ ଦାବି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଉ। କାରଣ ବସର ଗତି ଅଧିକ ଥିଲା। ଯେହେତୁ ନିୟମ ରହିଛି ସ୍ପିଡ ୫୦ ଭିତରେ ରହିବା କଥା। କିନ୍ତୁ ବସର ବେଗ ତାଠାରୁ ଢେର ଅଧିକା ଥିଲା।
ତେଣୁ ଦୁର୍ଘଟଣା ଘଟିଲା ଏବଂ ଯୁବକଙ୍କ ଜୀବନ ଚାଲିଗଲା। ଏପରିକି ପୂର୍ବରୁ ମଧ୍ୟ ଏହି ସ୍ଥାନରେ କିଛି ଦିନ ତଳେ ଜଣେ ମହିଳାଙ୍କ ଜୀବନ ଯାଇଥିଲା। ତାହା ବି ଦୁର୍ଘଟଣାରେ। ବାରମ୍ୱାର ଏହି ରାସ୍ତାରେ ଦୁର୍ଘଟଣା ହେଇଥିବା ସତ୍ତ୍ୱେ ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହିଁ। ଯାହା ଫଳରେ ବାରମ୍ୱାର ଜୀବନ ଯାଉଛି।