ମୁକେଶ ଅମ୍ବାନୀଙ୍କ ଏହି ୩ଟି ଶସ୍ତା ପ୍ଲାନ ‘ସୁପରହିଟ୍‌’, ୨୦୦ ଟଙ୍କାରୁ କମରେ ଡାଟା ଏବଂ କଲିଂର ଫାଇଦା

ପ୍ରତି ମାସରେ ମୋବାଇଲ ରିଚାର୍ଜରେ କେବଳ ୨୦୦ ଟଙ୍କା ଖର୍ଚ୍ଚ କରିବାକୁ ଚାହୁଁଛନ୍ତି କି? ତେବେ ଆସନ୍ତୁ ଜାଣିବା ଜିଓ ପ୍ଲାନ୍ସ ବିଷୟରେ..

ନୂଆଦିଲ୍ଲୀ: ଜିଓର ସବୁଠୁ ଶସ୍ତା ପ୍ଲାନ ବିଷୟରେ ଆଜି ଆମେ ଆଲୋଚନା କରିବା । ଯଦି ଆପଣ ମାସିକ ୨୦୦ ଟଙ୍କାରୁ ଅଧିକ ଟଙ୍କାର ରିଚାର୍ଜ କରିବାକୁ ଚାହୁଁନାହାନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ ।

ରିଲାଏନ୍ସ ଜିଓର ପ୍ରିପେଡ ପ୍ଲାନରେ ଆପଣ ଏହି ସୁବିଧା ପାଇପାରିବେ । ମୁକେଶ ଅମ୍ବାନୀଙ୍କ ୩ଟି ରିଚାର୍ଜ ପ୍ଲାନ ସୁପରହିଟ୍ ବୋଲି କୁହାଯାଉଛି । ତେବେ ଆସନ୍ତୁ ଜାଣିବା ଏହି ୩ଟି ପ୍ଲାନ ବିଷୟରେ..

ଜିଓ ୧୮୯ ପ୍ଲାନ: ୧୮୯ ଟଙ୍କିଆ ଶସ୍ତା ରିଚାର୍ଜ ପ୍ଲାନର ଭ୍ୟାଲିଡିଟି ଆପଣଙ୍କୁ ୧୪ ନୁହେଁ, ବରଂ ୨୮ ଦିନର ଭ୍ୟାଲିଡିଟି ସହ ମିଳିବ । ବେନିଫିଟ୍ସ କଥା କହିବାକୁ ଗଲେ, ଏହି ପ୍ଲାନରେ ୨ଜିବି ଡାଟା, ଫ୍ରି କଲିଂ ଏବଂ ୩୦୦ ଏସଏମଏସ ଦିଆଯାଉଛି ।

ଜିଓ ୧୯୯ ପ୍ଲାନ: ଯଦି ଆପନଙ୍କୁ ପ୍ରତିଦିନ ୧.୫ ଜିବି ହାଇସ୍ପିଡ ଡାଟାର ଆବଶ୍ୟକ ଅଛି, ତେବେ ଆପଣ ଏହି ପ୍ଲାନକୁ ଆପଣାଇ ପାରିବେ । ୧୮ ଦିନର ଭ୍ୟାଲିଡିଟି ସହ ଏହି ପ୍ଲାନ ଦୈନିକ ଆପଣଙ୍କୁ ୧.୫ ଜିବି ଡାଟା ପ୍ରଦାନ କରିବ ।

ଏହା ବ୍ୟତୀତ ଫ୍ରୀ ଅନଲିମିଟେଡ କଲିଂ ଏବଂ ପ୍ରତିଦିନ ୧୦୦ ଏସଏମଏସ ପ୍ରଦାନ କରାଯାଉଛି ।

ଜିଓ ୧୯୮ ପ୍ଲାନ: ୧୯୮ ଟଙ୍କିଆ ରିଲାଏନ୍ସ ଜିଓ ପ୍ଲାନ ସହ କମ୍ପାନୀ ପକ୍ଷରୁ ପ୍ରତି ଦିନ ୨ ଜିବି ହାଇସ୍ପିଡ ଡାଟା ଦିଆଯାଇଥାଏ । ଡାଟା ବ୍ୟତୀତ ଏହି ପ୍ଲାନ ପ୍ରିପେଡ ୟୁଜର୍ସଙ୍କୁ ଯେକୌଣସି ନେଟୱର୍କ ସହ କଥାବର୍ତ୍ତା କରିବା ଲାଗି ଅନଲିମିଟେଡ କଲିଂର ଫାଇଦା ଦେଇଥାଏ ।