fbpx

ଦିନ ୧୧ଟାରେ ବାରବାଟୀ ଷ୍ଟାଡ଼ିଅମରେ ପହଞ୍ଚିବେ ଦୁଇ ଦେଶର ଖେଳାଳି

କଟକ, ୨୨ା୧୨(ଓଡ଼ିଶା ଭାସ୍କର): ଆଜି ବାରବାଟୀ ଷ୍ଟାଡ଼ିଅମରେ ଭାରତ-ୱେଷ୍ଟଇଣ୍ଡିଜ ଦିନିକିଆ ମ୍ୟାଚ ଖେଳାଯିବ । ୩ଟିକିଆ ସିରିଜ ୧-୧ ବରାବର ସ୍ଥିତିରେ ରହିଛି । ସକାଳ ୯ଟାରୁ ଦର୍ଶକଙ୍କ ପାଇଁ ବାରବାଟୀ ଷ୍ଟାଡ଼ିଅମର ଗ୍ୟାଲେରୀର ଗେଟ ଖୋଲାଯିବ । ଅପରାହ୍ନ ୧ଟା ୩୦ ରେ ମ୍ୟାଚ ଖେଳାଯିବ । ଦିନ ୧୧ଟା ସୁଦ୍ଧା ବାରବାଟୀରେ ଦୁଇଦେଶର ଖେଳାଳି ପହଞ୍ଚିବେ । ମ୍ୟାଚ ପାଇଁ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଏନେଇ ୮୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ମଦ ପିଇ ଆସିଲେ ଷ୍ଟାଡ଼ିଅମରୁ ପୋଲିସ ବିଦା କରିବ ବୋଲି ସୂଚନା ମିଳିଛି । ଏହାସହ ପାଣି ବୋତଲ ଓ ଖାଦ୍ୟ ନେବା ପାଇଁ ଷ୍ଟାଡ଼ିଅମ ଭିତରକୁ ମନା କରାଯାଇଛି ।

Get real time updates directly on you device, subscribe now.