ମାଟି କାମୁଡ଼ି ପଡ଼ିବେ Jio ଓ Airtel, BSNL ଆଣିଲା ସବୁଠୁ ଶସ୍ତା ରିଚାର୍ଜ ପ୍ଲାନ୍

BSNLର ସବୁଠୁ ଶସ୍ତା ରିଚାର୍ଜ ପ୍ଲାନ୍ । ଏହିସବୁ ସେବା ରହିଛି ଉପଲବ୍ଦ ।

ଓଡ଼ିଶା ଭାସ୍କର: ଭାରତ ସଂଞ୍ଚାର ନିଗମ ଲିମିଟେଡ୍ (ବିଏସଏନଏଲ୍) ଆଣିଛି ଏକ ଶସ୍ତା ରିଚାର୍ଜ ପ୍ଲାନ୍, ଯାହା ଜିଓ, ଏୟାରଟେଲ ଓ ଭିଆଇ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିବ ।

ବିଏସଏନଏଲର ଶସ୍ତା ରିଚାର୍ଜ ପ୍ଲାନ ପାଇଁ ଲୋକମାନେ ଏହି ସିମକୁ କିଣିବା ପସନ୍ଦ କରନ୍ତି । ଏହି ସିମର ବ୍ୟବହାର ବର୍ତ୍ତମାନ ସମୟରେ ବଢ଼ିବାରେ ମଧ୍ୟ ଲାଗିଲାଣି । ଏବେ ୮୪ ଦିନର ଶସ୍ତା ରିଚାର୍ଜ ପ୍ଲାନ୍ ନିଜ ଗ୍ରାହକମାନଙ୍କ ପାଇଁ ଆଣିଛି ଏହିକମ୍ପାନୀ ।

ବିଏସଏନଏଲ୍ ଆଣିଛି ୫୯୯ ଟଙ୍କିଆ ରିଚାର୍ଜ ପ୍ଲାନ୍ । ଅନ୍ୟ ଟେଲିକମ୍ କମ୍ପାନୀ ଅପେକ୍ଷା ଏହି ପ୍ଲାନ୍ ଗ୍ରାହକଙ୍କୁ ଭଲ ସେବା ଯୋଗାଇ ଦେଇଥାଏ । ଅନଲିମିଟେଡ୍ କଲିଂ ସହିତ ଡେଟା ମଧ୍ୟ ମିଳିବ ।

ଏହି ସେବାର ଭାଲିଡିଟି ୮୪ ଦିନ ରହିଛି । ଦେଶର ଯେକୌଣସି ସ୍ଥାନକୁ ଫୋନ୍ ଲଗେଇ ଗ୍ରାହକ କଥା ହୋଇ ପାରିବେ । ଏହି ରିଚାର୍ଜ ଅନଲିମିଟେଡ୍ କଲିଂର ସୁବିଧା ଯୋଗାଇଥାଏ । ଏଥିସହ ପ୍ରତ୍ୟେକ ଦିନ ଗ୍ରାହକ ୧୦୦ ମେସେଜ୍ କରିବାର ସୁବିଧା ମଧ୍ୟ ଉପଲବ୍ଦ ରହିଛି ।

କଲିଂ ସାଙ୍ଗକୁ ଅନଲିମିଟେଡ୍ ଇଣ୍ଟରନେଟ୍ ସୁବିଧା ମଧ୍ୟ ରହିଛି ।