Realme Narzo 80 Pro 5G ଖୁବଶୀଘ୍ର ଭାରତରେ ହେବ ଲଞ୍ଚ, ଏତିକି ରହିବ ଦାମ୍‌

ଭାରତରେ ଖବଶୀଘ୍ର ଲଞ୍ଚ ହେବ Realme Narzo 80 Pro 5G, ଏତିକି ରହିବ ଦର

ନୂଆଦିଲ୍ଲୀ: Realme Narzo 80 Pro 5G ଖୁବଶୀଘ୍ର ଭାରତରେ ଲଞ୍ଚ ହେବାକୁ ଯାଉଛି। Realme ସୋସିଆଲ ମିଡିଆ ହ୍ୟାଣ୍ଡେଲ ଜରିଆରେ Narzo ସିରିଜର ନୂଆ ସ୍ମାର୍ଟଫୋନକୁ ଟିଜ କରିବା ଆରମ୍ଭ କରିସାରିଲାଣି । ଏହା Amazon India ଜରିଆରେ କିଣିବା ପାଇଁ ଉପଲବ୍ଧ ହେବ।

ଏହା ଏକ ମିଡିଆଟେକ ଡାୟମେନସନ ଚିପସେଟରେ ଲଞ୍ଚ ହେବ । Realme Narzo 70 Pro ତୁଳନାରେ Realme Narzo 80 Proରେ ଅପଗ୍ରେଡ୍ ରହିବ ବୋଲି ଆଶା ରହିଛି । ଏହା 125GB ପର୍ଯ୍ୟନ୍ତ RAM ଏବଂ ସର୍ବାଧିକ 256GB ଷ୍ଟରେଜ ସହ ଲଞ୍ଚ କରାଯାଇପାରେ।

Realme Narzo 80 Pro 5G କୁ ନିଜ ଭାରତ ୱେବସାଇଟରେ Coming Soon ଟ୍ୟାଗ ସହ ଲିଷ୍ଟ କରାଯାଇଛି । ଏହା ନୂଆ MediaTek ଡାଇମେସିଟି 7400 SoC ସହ ଆସିବ ବୋଲି କୁହାଯାଉଛି ।

ଏହି ନୂଆ ପ୍ରୋସେସର ସହ ଆସୁଥିବା ପ୍ରଥମ ସ୍ମାର୍ଟଫୋନ ହୋଇପାରେ । Realme Narzo 80 Pro 5G ଫୋନକୁ ୨୦,୦୦୦ ଟଙ୍କାରୁ କମ ମୂଲ୍ୟରେ ଲଞ୍ଚ କରାଯାଇପାରେ। ଏହାରି ମଧ୍ୟରେ ମୋଟୋରୋଲା ଏହା ମଧ୍ୟ ଘୋଷଣା କରିଛି ଯେ, Edge 60 Fusion ର ମଧ୍ୟ ପ୍ରୋସେସର ସହ ଲଞ୍ଚ ହେବ ।