ଦେଖା ହେବ ଆର ଜନ୍ମରେ, ହାତ ଧରା ଧରି ହୋଇ ଚାଲିଗଲେ ଯୁବକ, ଯୁବତୀ
ମନ୍ଦିର ପଛପଟେ ଝୁଲୁଛି ଯୁବକ, ଯୁବତୀଙ୍କ ଗଳିତ ମୃତଦେହ। କିଏ ଏହି ଦୁଇଜଣ? କିପରି ହେଲା ମୃତ୍ୟୁ? ନା କେହି ହତ୍ୟା କରି ଆତ୍ମହତ୍ୟାର ରୂପ ଦେଇଛି? ପୋଲିସ କରୁଛି ତଦନ୍ତ।
ନୂଆପଡ଼ା: ମନ୍ଦିର ପଛପଟେ ଝୁଲୁଛି ଯୁବକ, ଯୁବତୀଙ୍କ ଗଳିତ ମୃତଦେହ। କିଏ ଏହି ଦୁଇଜଣ? ଏଠାକୁ ଆସିଲେ କିପରି? କାହିଁକି କଲେ ଆତ୍ମହତ୍ୟା? ନା ତାଙ୍କୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦିଆଯାଇଛି। ଏମିତି ଅନେକ ପ୍ରଶ୍ନ ମନରେ ଉଙ୍କିମାରୁଛି ଏହି ଝୁଲନ୍ତା ମୃତଦେହକୁ ଦେଖିବା ପରେ।
ହଁ ଝୁଲୁଛି ଯୁବକ, ଯୁବତୀଙ୍କ ମୃତଦେହ। ନୂଆପଡ଼ା ଧରମବନ୍ଧା ଥାନା ପତୋରା ଶିବ ମନ୍ଦିର ପଛପଟେ ଝୁଲୁଛି ଦୁଇଜଣ ଯୁବକ ଓ ଯୁବତୀଙ୍କ ଗଳିତ ମୃତଦେହ। ତେବେ ଏହି ଦୁଇ ଜଣ କିଏ? ଏବଂ ଏଠାକୁ କିପରି ଆସିଲେ ତାହା ଜଣା3 ପଡିନାହିଁ।
ଉଭୟଙ୍କ ପରିଚୟ ମିଳିପାରିନାହିଁ। କି ମୃତ୍ୟୁର କାରଣ ସ୍ପଷ୍ଟ ହୋଇନାହିଁ। ଖବର ପାଇ ଧରମବନ୍ଧା ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛି ଏବଂ ତଦନ୍ତ ଜାରି ରଖିଛି। ହେଲେ ପ୍ରକୃତରେ ଏହି ଯୁବକ, ଯୁବତୀ ଦୁଇ ଜଣ ପ୍ରେମିକ ଏବଂ ପ୍ରେମିକା ନା ସେମାନେ ସମ୍ପର୍କରେ ଆଉ କିଛି।
ହେଲେ ଏଠାକୁ କିପରି ଆସିଲେ। ଆତ୍ମହତ୍ୟା କିପରି କଲେ। କେଉଁ କାରଣ ପାଇଁ ଦୁହେଁ ହାତ ଧରାଧରି ହୋଇ ଚାଲିଗଲେ। ନା ସେମାନଙ୍କୁ କେହି ମାରି ଆତ୍ମହତ୍ୟାର ରୂପ ଦେଇଛି, ଏମିତି ଅନେକ ପ୍ରଶ୍ନ ଏବେ ମନରେ ଉଙ୍କିମାରୁଛି। ଯାହା କୁହାଯାଉଛି ପୋଲିସ ତଦନ୍ତ ପରେ ସତ ସାମ୍ନାକୁ ଆସିବ।