Breaking: ଆଜି ବିଧାନସଭା ଘେରିବ କଂଗ୍ରେସ, କମିଶନରେଟ ପୋଲିସ ପକ୍ଷରୁ ସହରରେ କଡ଼ା ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ୱର: ଆଜି ବିଧାନସଭା ଘେରାଉ କରିବ କଂଗ୍ରେସ । ଘେରାଉରେ ସାମିଲ ହେବେ କଂଗ୍ରେସ ନେତା ଓ କର୍ମୀ ।

ନାରୀ ନିର୍ଯାତନା, ବିଧାୟକ ନିଲମ୍ବନ ପ୍ରସଙ୍ଗରେ ପ୍ରତିବାଦ ପ୍ରଦର୍ଶନ କରିବ କଂଗ୍ରେସ । କମିଶନରେଟ୍ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

ଭୁବନେଶ୍ୱରରେ ଟ୍ରାଫିକ୍ ସମସ୍ୟା ଦେଖଶଯିବା ନେଇ ଗତକାଲି ପ୍ରେସ ବିଜ୍ଞପ୍ତି ଦ୍ୱାରା ଜନସାଧାରଣଙ୍କୁ କମିଶନରେଟ୍ ପୋଲିସ ପକ୍ଷରୁ ଅବଗତ କରାଯାଇଛି ।

ରାଜମହଲରୁ ରୁପାଲି ଛକ ଆଡକୁ ଯିବା ପାଇଁ ଟ୍ରାଫିକ୍ ପୋଲିସ ପକ୍ଷରୁୂ ବାରଣ କରାଯାଇଛି ।