ନେପାଳୀ ଛାତ୍ରୀଙ୍କ ଅଶ୍ଲୀଳ ଭିଡିଓ କରି ତାଙ୍କୁ ବ୍ଲାକମେଲ କରାଯାଉଥିଲା, ଏ ସତକୁ ଲୁଚାଇଛି KIIT

ଭୁବନେଶ୍ୱର: କିଟରେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ନେଇ ଏନଆରଏଚସି ସଦସ୍ୟ ପ୍ରିୟଙ୍କ କାନୁନଗୋଙ୍କ ସୂଚନା । ଅଶ୍ଳୀଳ ଭିଡିଓ କରି ବ୍ଲାକମେଲ କରାଯାଉଥିବା ଛାତ୍ରୀ ଅଭିଯୋଗ କରିଥିଲେ ।

ଯୌନ ନିର୍ଯ୍ୟାତନା ମଧ୍ୟ ଦିଆଯାଉଥିଲା ଅଭିଯୋଗ ହୋଇଥିଲା । ୟୁନିଭର୍ସିଟି ମ୍ୟାନେଜମେଣ୍ଟ ତଦନ୍ତ କରି ଚୁପ୍ ହୋଇ ବସିଗଲେ । ପୋଲିସକ ରିପୋର୍ଟ ଦେଲେନି ବରଂ ଲୁଚାଇଲେ ।

ଅଭିଯୋଗ ନେଇ କୌଣସି ପଦକ୍ଷେପ ମଧ୍ୟ ନେଲେନି କର୍ତ୍ତୃପକ୍ଷ । ଯାହାଫଳରେ ଛାତ୍ରୀଙ୍କ ମୃତ୍ୟୁ ହେଲା ବୋଲି କହିଲେ ପ୍ରିୟଙ୍କ କାନୁନଗୋ ।

ଆତ୍ମହତ୍ୟା ପାଇଁ ବାଧ୍ୟ କରିବାକୁ ୟୁନିଭର୍ସିଟି ମ୍ୟାନେଜମେଣ୍ଟ ସାମିଲ । ଆମେ ମୁଖ୍ୟ ସଚିବ ଓ ପୋଲିସକୁ ନୋଟିସ୍ କରି ରିପୋର୍ଟ ମାଗିଛୁ ବୋଲି କମିଶନ ପକ୍ଷରୁ ସୂଚନା ଦିଆଯାଇଛି ।

ୟୁଜିସି ଓ ନାକକୁ ରିପୋର୍ଟ ହସ୍ତାନ୍ତର ହୋଇସାରିଛି । ଗାଇଡଲାଇନ ଉଲ୍ଲଘଂନ କରିଥିବାରଚୁ ଆକ୍ସନ ପାଇଁ କୁହାଯାଇଛି । ୨୦୧୭ କିସ୍ ମାମଲାରେ ବି ଜିଲ୍ଲାପାଳଙ୍କୁ ରିପୋର୍ଟ ମଗାଯାଇଥିବା ସୂଚନା ।

୮ ବର୍ଷ ଭିତରେ କାହିଁକି କାର୍ଯ୍ୟାନୁଷ୍ଠାନ ନିଆଗଲା ନାହିଁ ବୋଲି ପଚରାଯାଇଛି ।

ଗତମାସରେ ନେପାଳୀ ଛାତ୍ରୀ ପ୍ରକୃତି ଲାମସଲଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିଲା । ଯାହାକୁ ନେଇ କଲେଜ କ୍ୟାମ୍ପସରେ ବଡ଼ ଉତ୍ତେଜନା ଦେଖିବାକୁ ମିଳିଥିଲା ।