(video)ମନ୍ତ୍ରୀ ହବତ ଏମିତି, ବିମାନ ଯୋଗେ ଦୁର୍ଘଟଣାଗ୍ରସ୍ତ ଦମ୍ପତ୍ତିଙ୍କୁ ହସ୍ପିଟାଲ ପହଞ୍ଚାଇଲେ ନିଜେ ମନ୍ତ୍ରୀ
ବିରଳ ଘଟଣା। ମାନବିକତା ଦେଖାଇଲେ କେନ୍ଦ୍ରମନ୍ତ୍ରୀ। ଆଉ ଦୁର୍ଘଟଣାର ଶିକାର ହୋଇଥିବା ଦମ୍ପତ୍ତିଙ୍କୁ ନିଜେ ବିମାନ ଯୋଗେଁ ହସ୍ପିଟାଲ ପହଞ୍ଚାଇଲେ। ଆଉ ଉତ୍ତମ ଚିକିତ୍ସାର ବନ୍ଦୋବସ୍ତ କଲେ।
ମହାରାଷ୍ଟ୍ର: ନେତା ହବ ତ ଏମିତି। ଯାହା ପାଖରେ ମାନବିକତା ଥିବ, ମଣିଷ ପଣିଆ ଥିବ। ଯେଉଁ ଲୋକମାନେ ଭୋଟ ଦେଇ ତାଙ୍କୁ ନିର୍ବାଚିତ କରିଥିବେ, ସେହି ଲୋକମାନଙ୍କ ପ୍ରତି ତାଙ୍କ କର୍ତ୍ତବ୍ୟକୁ ବୁଝି ପାରୁଥିବେ। ହେଲେ ଏବେ ଏମିତି ଘଟଣା ଦେଖିବା ବିରଳ। କାରଣ କେନ୍ଦ୍ରମନ୍ତ୍ରୀ ମୁରଲୀଧର ମୋହୋଲ ମାନବିକତା ଦେଖାଇଛନ୍ତି। ଆଉ ଦୁର୍ଘଟଣାଗ୍ରସ୍ତ ଦମ୍ପତ୍ତିଙ୍କୁ ହସ୍ପିଟାଲ ପଠାଇଛନ୍ତି।
ତାହା ପୁଣି ଫ୍ଲାଇଟ୍ ଯୋଗେଁ। ତେବେ କଥାଟି ହେଉଛି ଦମ୍ପତ୍ତି ୨ ଜଣ ବାହାର ଜାଗାରେ ଥିଲେ। ହେଲେ ନିଜ ଘରକୁ ଫେରିବାକୁ ଚାହୁଁଥିଲେ। କିନ୍ତୁ ଆସିବା ତାଙ୍କ ପକ୍ଷେ ସକ୍ଷମ ନଥିଲା। ତେଣୁ ମନ୍ତ୍ରୀଙ୍କ କାନରେ କଥା ପଡିବା ମାତ୍ରେ, ଏୟାରଲାଇନ୍ସ ସହିତ ସମନ୍ୱୟ ସ୍ଥାପନ କରି ବିମାନରେ ଷ୍ଟ୍ରେଚର ବ୍ୟବସ୍ଥା କରି ନିଜ ସ୍ଥାନକୁ ଫେରାଇ ଆଣିଥିଲେ।
ମନ୍ତ୍ରୀ ହେବ ତ ଏମିତି: ଆପଣମାନେ ନିଜେ କହିଲେ ଏମିତି କେତେଟା ଘଟଣା ଆପଣମାନେ ଜାଣିଥିବେ। କି ନିର୍ବାଚିତ ହେବା ପରେ କେତେ ଜଣ ନେତା ମନ୍ତ୍ରୀ ଆପଣଙ୍କ ଅସୁବିଧା ସମୟରେ ଆପଣଙ୍କ ପାଖରେ ଛିଡ଼ା ହୋଇଥିବେ। ଆଉ ବିପଦ ସମୟରେ ସାହାର୍ଯ୍ୟ କରିବା ତ ଦୂରର କଥା।
ହେଲେ ଏଠି କିଛି ନିଆରା ଦୃଶ୍ୟ ଦେଖିବାକୁ ମିଳିଛି। ଘଟଣାଟି ହେଉଛି ମହାରାଷ୍ଟ୍ରର। ଭୋସାରୀର ଏକ ଦମ୍ପତି, ଶୁଭମ ଫୁଗେ ଏବଂ ତାଙ୍କ ପତ୍ନୀ ସିଦ୍ଧି, ଫୁକେଟରେ ଦୋଳିରେ ଖେଳୁଥିବା ସମୟରେ ଦୁର୍ଘଟଣାର ଶୀକାର ହୋଇଥିଲେ।
…जेव्हा यंत्रणांचा उपयोग गरजुंच्या मदतीसाठी करता येतो !
पुण्यातील दोन दाम्पत्य फुकेत येथे सहलीसाठी गेले होते. मात्र, सहलीच्या दुसऱ्याच दिवशी एका दाम्पत्याचा अपघात झाला आणि दोघेही गंभीर जखमी झाले.
घडलेल्या प्रकाराची माहिती नातेवाईकांकडून मिळताच परिस्थितीचे गांभीर्य ओळखून… pic.twitter.com/fuViTUJw5E
— Murlidhar Mohol (@mohol_murlidhar) March 27, 2025
ଦମ୍ପତ୍ତିଙ୍କ ଦୁର୍ଘଟଣା: ହେଲେ ସେମାନେ ପୁନେ ଫେରିବାକୁ ଚାହୁଁଥିଲେ। କିନ୍ତୁ ଫେରିବା ତାଙ୍କ ପକ୍ଷେ ସମ୍ଭବ ନଥିଲା। ଆଉ ସେହି ସମୟରେ ମନ୍ତ୍ରୀ ମୁରଲୀଧର ମୋହୋଲ ଦେବଦୂତ ସାଜିଥିଲେ। ଜଣେ ଦଳୀୟ କର୍ମୀଙ୍କ ମାଧ୍ୟମରେ ମନ୍ତ୍ରୀଙ୍କ ପାଖରେ ଏ ଖବର ପହଞ୍ଚିଥିଲା।
ପରେ ମନ୍ତ୍ରୀ ଜଣଙ୍କ ଏହି ଘଟଣାରେ ନିଜେ ହସ୍ତକ୍ଷେପ କରିଥିଲେ। ଆଉ ଏୟାରଲାଇନ୍ସ ସହିତ ସମନ୍ୱୟ ସ୍ଥାପନ କରି ବିମାନରେ ଷ୍ଟ୍ରେଚର ବ୍ୟବସ୍ଥା କରିବାକୁ କହିଥିଲା। ଗୁରୁବାର ସକାଳେ ଏହି ଦମ୍ପତି ପୁନେ ଫେରି ଆସିଥିଲେ ଏବଂ ସଞ୍ଚେତି ହସ୍ପିଟାଲରେ ଏକ ଅସ୍ତ୍ରୋପଚାର କରାଯାଇଥିଲା।” ସେମାନେ ଏବେ ହସ୍ପିଟାଲରେ ସୁସ୍ଥ ହେଉଛନ୍ତି।