ଯଦି ଆପଣ ଘରେ ଟଙ୍କା ରଖୁଛନ୍ତି, ତେବେ ସାବଧାନ ରୁହନ୍ତୁ! ଆକ୍ସନ ନେବ ଇନକମ୍ ଟ୍ୟାକ୍ସ, ବୁଝନ୍ତୁ ନିୟମ

ନୂଆଦିଲ୍ଲୀ : ଅନେକ ଲୋକ ପ୍ରାଇଭେଟ ଚାକିରି କରନ୍ତି ଏବଂ ଅନେକଙ୍କର ନିଜସ୍ୱ ବ୍ୟବସାୟ ଅଛି, କିନ୍ତୁ ଆପଣଙ୍କୁ ଆପଣଙ୍କର ଆୟ ଅନୁସାରେ ଟିକସ ଦେବାକୁ ପଡ଼ିଥାଏ । ସମସ୍ତଙ୍କର ଆୟ ଅଲଗା ଅଲଗା ରହିଥାଏ । କିନ୍ତୁ ଆପଣ ଜାଣନ୍ତି କି ଆପଣ ଆପଣଙ୍କ ଘରେ କେତେ ଟଙ୍କା ରଖିପାରିବେ? ଆସନ୍ତୁ ଏହା ବିଷୟରେ ଜାଣିବା । ଆୟକର ନିୟମ ଅନୁଯାୟୀ, ଘରେ ନଗଦ ରଖିବା ପାଇଁ କୌଣସି ନିର୍ଦ୍ଦିଷ୍ଟ ନିୟମ କିମ୍ବା ସୀମା ପ୍ରସ୍ତୁତ କରାଯାଇ ନାହିଁ ।

ଯଦି ଆପଣ ଆର୍ôଥକ ଭାବରେ ସକ୍ଷମ, ତେବେ ଆପଣ ଆପଣଙ୍କ ଘରେ ଯେକୌଣସି ପରିମାଣର ନଗଦ ରଖିପାରିବେ । କିନ୍ତୁ ଆପଣଙ୍କ ପାଖରେ ସେହି ଟଙ୍କାର ଉତ୍ସ ଥିବା ଆବଶ୍ୟକ । ଯଦି ଆପଣଙ୍କୁ କୌଣସି ତଦନ୍ତକାରୀ ସଂସ୍ଥା ପଚରାଉଚରା କରେ, ତେବେ ଆପଣଙ୍କୁ ଉତ୍ସ ଦେଖାଇବାକୁ ପଡିବ । ଏହା ସହିତ ଆପଣଙ୍କୁ ଆଇଟିଆର ଡିକ୍ଲେରେସନ୍ ମଧ୍ୟ ଦେଖାଇବାକୁ ପଡିବ ।

ଆଇଟିଆର ଡିକ୍ଲେରେସନ ଏବଂ ଉତ୍ସ କହିବାକୁ ପଡିବ:
ଯଦି ଆପଣ ଆପଣଙ୍କ ଟଙ୍କାର ଉତ୍ସ ପ୍ରକାଶ ନକରିପାରିବେ, ତେବେ ଆପଣ ବଡ଼ ଅସୁବିଧାରେ ପଡ଼ିଯିବେ । ଏପରି ପରିସ୍ଥିତିରେ, ଆପଣ କେତେ ଟିକସ ଦେଇଛନ୍ତି ତାହା ଆୟକର ବିଭାଗ ଯାଞ୍ଚ କରେ । ଯଦି ଗଣନାରେ ଅପ୍ରକାଶିତ ନଗଦ ମିଳେ, ତେବେ ଆୟକର ବିଭାଗ ଦ୍ୱାରା ଆପଣଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ ଏବଂ ଆପଣଙ୍କଠାରୁ ଏକ ମୋଟା ଜରିମାନା ମଧ୍ୟ ଆଦାୟ କରାଯାଇପାରେ ।

ଆୟକର ବିଭାଗ କାର୍ଯ୍ୟାନୁଷ୍ଠାନ ନେବା ପୂର୍ବରୁ ଆୟର ଉତ୍ସ ବିଷୟରେ ପଚାରନ୍ତି । ଯେତେବେଳେ ଆପଣ ଆପଣଙ୍କର ଉତ୍ସ ବିଷୟରେ ସୂଚନା ନଦେଇପାରନ୍ତି, ସେତେବେଳେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଏ । ଏପରି କ୍ଷେତ୍ରରେ ନଗଦ ଟଙ୍କା ମଧ୍ୟ ଜବତ କରାଯାଏ । ଅନେକ ସମୟରେ, ଗିରଫଦାରୀ ମଧ୍ୟ ହୋଇଥାଏ ।

ପାନ କାର୍ଡ ଦେଖାଇବାକୁ ପଡିବ :
କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ ଅନୁଯାୟୀ, ଯଦି ଆପଣ ଥରେ ଆପଣଙ୍କ ଆକାଉଣ୍ଟରେ ୫୦,୦୦୦ ଟଙ୍କାରୁ ଅଧିକ ନଗଦ ଉଠାଇବେ କିମ୍ବା ଜମା କରିବେ, ତେବେ ଆପଣଙ୍କୁ ଆପଣଙ୍କର ପାନ କାର୍ଡ ଦେଖାଇବାକୁ ପଡିବ । ଯଦି ଜଣେ ବ୍ୟକ୍ତି ଗତ ୩ ବର୍ଷ ଧରି ଆୟକର ରିଟର୍ଣ୍ଣ ଫାଇଲ କରିନାହାଁନ୍ତି ଏବଂ ଏକ ଆର୍ôଥକ ବର୍ଷରେ ବ୍ୟାଙ୍କରୁ ୨୦ ଲକ୍ଷ ଟଙ୍କାରୁ ଅଧିକ ଟଙ୍କା ଉଠାନ୍ତି, ତେବେ ତାଙ୍କୁ ୨୦ ଲକ୍ଷ ଟଙ୍କାର କାରବାର ଉପରେ ୨ ପ୍ରତିଶତ ଏବଂ ୧ କୋଟି ଟଙ୍କାରୁ ଅଧିକ କାରବାର ଉପରେ ୫ ପ୍ରତିଶତ ପର୍ଯ୍ୟନ୍ତ ଟିଡିଏସ୍ ଦେବାକୁ ପଡିବ । କିନ୍ତୁ ଯେଉଁମାନେ ଆଇଟିଆର ଫାଇଲ କରିଛନ୍ତି, ସେମାନଙ୍କୁ ଏହି ମାମଲାରେ କିଛି ଆଶ୍ୱସ୍ତି ମିଳିପାରେ ।