ଲୋନରୁ ମୁକ୍ତି ପାଇବା ଲାଗି ଆପଣାନ୍ତୁ ଏହି ଜ୍ୟେତିଷ ଉପାୟ, କେମିତି ସୁଝିଯିବ ଆପଣ ବି ଜାଣିପାରିବେନି
ଋଣରୁ ମୁକ୍ତି ପାଇଁ ଏହି ମନ୍ତ୍ର ଜପ କରନ୍ତୁ
ନୂଆଦିଲ୍ଲୀ: ଜ୍ୟେତିଷ ଶାସ୍ତ୍ର ଅନୁଯାୟୀ, ଅନେକ ର୍ଗହମାନଙ୍କର ଅଶୁଭ ପ୍ରଭାବ ବା ଲଗ୍ନ କୁଣ୍ଡଳୀର ଷଷ୍ଠ ଭାଗରେ ରାହୁ, କେତୁ ବା ଶନିଙ୍କ ଭଳି ଗ୍ରହ ବସିଥାଆନ୍ତି। ଏହା ବ୍ୟକ୍ତି ଉପରେ ଋଚ୍ଚର ବୋଝ ପକାଇଥାଏ।
ଏଥିସହ ଷଷ୍ଠ ଭାଗରେ ସ୍ୱାମୀ ଦୁର୍ବଳ ଥିଲେ ତେବେ ବ୍ୟକ୍ତିକୁ ଋଣ ତ ମିଳିଯାଏ, ହେଲେ ସେ ତାକୁ ସୁଝିବାରେ ଅସଫଳ ହୋଇଥାଏ। ତେବେ ଆସନ୍ତୁ କିଛି ଜ୍ୟେତିଷ ଉପାୟରେ ଜାଣିବା ଏହାର ପ୍ରତିକାର।
ଋଣ ମୁକ୍ତ କରିବ ଏହି ଉପାୟ:
-ପ୍ରତିଦିନ ଋଣମୋଚନ ମଙ୍ଗଳ ସ୍ତୋତ୍ର ପାଠ କରନ୍ତୁ। ଏହା କରିବା ଦ୍ୱାରା ବ୍ୟକ୍ତି ଋଣରୁ ମୁକ୍ତି ପାଇଥାଏ।
-ଯଦି ଶନିଦଷାରୁ ଋଣ ବଢିଛି, ତେବେ ଆପଣ ଶନିବାର ଦିନ କଳା ରାଶି, ଶୋରିଷ ତେଲ ଏବଂ କଳା ବସ୍ତ୍ର ଅଭାବି ଲୋକଙ୍କୁ ପ୍ରଦାନ କରନ୍ତୁ। ଏଥିସହ ଶନିଦେବଙ୍କୁ ପୂଜା କରନ୍ତୁ।
-ଗୁରୁବାର ଦିନ ବୁଟ ଡାଲି ଏବଂ ହଳିଦିଆ ବସ୍ତ୍ର ବ୍ରାହ୍ଣଣଙ୍କୁ ଅର୍ପଣ କରନ୍ତୁ। ଏଥିସହ କଦଳୀ ଗଛକୁ ପୂଜା କରନ୍ତୁ।
-ସୋମବାର ଦିନ ଶିବଲିଙ୍ଗ ଉପରେ ଜଳାଭିଶେକ କରି, ଓଁ ତ୍ରୟମ୍ବକେଶ୍ୱରାୟ ନମଃ ମନ୍ତ୍ରର ୧୦୮ ଥର ଜପ କରନ୍ତୁ।
-ମଙ୍ଗଳବାର ଏବଂ ଶନିବାର ଦିନ ହନୁମାନ ଚାଳିଶା ପାଠ କରନ୍ତୁ।
-ଶୁକ୍ରବାର ଦିନ ମାଆ ଲକ୍ଷ୍ମୀ ଏବଂ ବିଷ୍ଣୁ ଭଗବାନଙ୍କ ପୂଜା କରନ୍ତୁ। ଏଥିସହ ଶ୍ରୀସୁକ୍ତ ଏବଂ ବିଷ୍ଣୁ ସହସ୍ରନାମର ପାଠ କରନ୍ତୁ। ଏହି ଉପରେ ଆପଣ କରିଥିବା ଋଣରୁ ମୁକ୍ତି ପାଇପାରିବେ।