ଅତ୍ୟଧିକ ପାଣି ପିଉଥିଲେ ସାବଧାନ, ହୋଇପାରେ କିଡନୀ ଫେଲଓ୍ୱର !

ଆପଣ ଖରାଦିନେ ଦରକାରଠୁ ଅଧିକ ପାଣି ପିଉଛନ୍ତି କି? ଖୁବଶୀଘ୍ର ଆପଣଙ୍କ କିଡନୀ ଖରାପ ହୋଇପାରେ। ଅତ୍ୟଧିକ ପାଣି ପିଇବା ଆପଣଙ୍କ ଜୀବନକୁ ବିପଦରେ ପକାଇପାରେ। ତେବେ ଜାଣନ୍ତୁ ଖରାଦିନେ ଦିନକୁ କେତେ ପାଣି ପିଇବା ଉଚିତ୍।

ନୂଆଦିଲ୍ଲୀ: ଦିନକୁ ଦିନ ଖରାର ତେଜ ବଢିବାରେ ଲାଗୁଛି। ବାହାରକୁ ଗୋଡ଼ କାଢ଼ିବା ମାତ୍ରେ ପାଣି କଥା ମନେ ପଡୁଛି। ହେଲେ ଆପଣ ଯଦି ଖରାଦିନେ ଆବଶ୍ୟକତା ଠାରୁ ଅଧିକ ପାଣି ପିଉଛନ୍ତି ତାହାଲେ ସାବଧାନ ହୋଇଯାଆନ୍ତୁ।

ଅଧିକ ପାଣି ପିଇବା ନେଇ ଡାକ୍ତର ମଧ୍ୟ ସତର୍କ କରାଇଛନ୍ତି। କାରଣ ଅଧିକ ପାଣି ପିଇବା ଦ୍ୱାରା ଆପଣଙ୍କ କିଡ଼ନୀ ଖରାପ ହୋଇପାରେ। ଅତ୍ୟଧିକ ପାଣି ଆପଣଙ୍କ କିଡ଼ନୀ ଉପରେ ଅତ୍ୟଧିକ ପ୍ରଭାବ ପକାଇପାରେ।

କିଡ଼ନୀ: ଶରୀରର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ମଧ୍ୟରୁ କିଡନୀ ବା ବୃକକ ଅନ୍ୟତମ ଅଙ୍ଗ ଅଟେ। ଏହା ଶରୀରରୁ ବର୍ଜ୍ୟବସ୍ତୁ ନିଷ୍କାସନ କରି ଶରୀରକୁ ସୁସ୍ଥ ରଖିବାର କାର୍ଯ୍ୟ କରିଥାଏ। କିନ୍ତୁ ବର୍ତ୍ତମାନର ଜୀବନଶୈଳୀ କିଡନୀ ସ୍ୱାସ୍ଥ୍ୟକୁ ଅତ୍ୟଧିକ ମାତ୍ରାରେ କ୍ଷତି ପହଞ୍ଚାଉଛି।

ବିଶେଷଜ୍ଞଙ୍କ କହିବା କଥା, ,” କିଡନୀ ରୋଗ ଆମ ଦେଶରେ ବା ରାଜ୍ୟରେ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏହାର କାରଣ ଅନେକ ରହିଛି। ବର୍ତ୍ତମାନ ସମୟରେ ଡାଇବେଟିସ ସମେତ ରକ୍ତ ଚାପ କିଡନୀ ରୋଗର ମୁଖ୍ୟ କାରଣ ହୋଇସାରିଛି”।

ବିଶେଷ ଭାବରେ ବାହାର ଖାଦ୍ୟ ଖାଇବା, ବିଭିନ୍ନ ପ୍ରକାରର ସାର, ରାସାୟନିକ ସାର ଆଦି ସମସ୍ତ ବିଭିନ୍ନ ପ୍ରକାରର ଖାଦ୍ୟରେ ମିଶୁଛି। ଠିକ ଭାବରେ ନିଦ ନ ହେବା ଆଦି କିଡନୀ ରୋଗକୁ ବୃଦ୍ଧି ହେବାରେ ସାହାଯ୍ୟ କରିଥାଏ। ଧିରେ ଧିରେ ଜୀବନ ଶୈଳୀ ପରିବର୍ତ୍ତନ ହେବା ସହିତ ପ୍ରଦୂଷଣ ଆଦି ମାତ୍ରା ଅଧିକ ହେଲେ କିଡନୀ ରୋଗ ବଢିବାରେ ସମ୍ଭାବନା ଅଧିକ ରହିଥାଏ।

କେତେ ପାଣି ପିଇବେ:  ପାଣିକୁ ନେଇ ଲୋକଙ୍କ ମଧ୍ୟରେ ରହିଛି ଭୁଲ ଧାରଣା। ଲୋକଙ୍କ ଧାରଣା ରହିଛି ଯେ ଖରା ଦିନରେ ଅତ୍ୟଧିକ ପାଣି ପିଇବା ଭଲ। କିନ୍ତୁ ଦୈନିକ ଭାବରେ ୮ରୁ ୧୦ ଗ୍ଳାସ ଅର୍ଥାତ ଦୁଇରୁ ଅଢେଇ ଲିଟର ପାଣି ପିଇବା ଆବଶ୍ୟକ।

ତାପାମାତ୍ରା ଓ ଲୋକଙ୍କ ପରିଶ୍ରମକୁ ଦେଖି ପାଣି ପିଇବା ଆବଶ୍ୟକ। ଯଦି ଖରା ଦିନରେ କମ ପାଣି ପିଉଛନ୍ତି, ତେବେ ପରିସ୍ରା ହଳଦିଆ ହେବ। କିନ୍ତୁ ସାଧାରଣ ଭାବରେ ଦେଖିବାକୁ ଗଲେ ପରିସ୍ରାର ରଙ୍ଗ ଈଷତ ହଳଦିଆ ରହିବା ଅବଶ୍ୟକ। ପରିସ୍ରା ସଂପୂର୍ଣ୍ଣ ଧଳା ହେବା କଥା ନୁହେଁ।

ଅର୍ଥାତ ପାଣି ପିଇବା ଅଧିକ ହେଉଛି। ଅନେକ ଲୋକ ଦୈନିକ ୮ ରୁ ୧୦ ଲିଟର ପାଣି ପିଉଛନ୍ତି। ଯାହାଫଳରେ କି କିଡନୀ ପାଇଁ ଏହା ଅତ୍ୟଧିକ ଖରାପ ଅଟେ। ଯାହା ଫଳରେ କିଡନୀର ସମୟସୀମା କମିବା ଏକ ପ୍ରକାରର ଛିଞ୍ଚିତ ଅଟେ। “