ମେରୁ ଯାତ୍ରାରେ ମାତିଲେ ଲୁଟେରା, ୪ ମହିଳାଙ୍କଠାରୁ ଝାମ୍ପିନେଲେ ସୁନା

ମେରୁ ଯାତ୍ରାରେ ଲୁଟ୍‌

ଖଲ୍ଲିକୋଟ: ମେରୁ ଯାତ୍ରାରେ ମାତିଲେ ଲୁଟେରା। ୪ଜଣ ମହିଳାଙ୍କଠାରୁ ସୁନା ଅଳଙ୍କାର ଲୁଟ୍ ନେଇ ଅଭିଯୋଗ ହୋଇଛି। ଖଲ୍ଲିକୋଟ ଥାନା ପଥରା ଗାଁ ମେରୁ ଯାତ୍ରାରେ ଏହି ଚୋରି ହୋଇଛି।

ଜଣେ ମହିଳାଙ୍କୁ ଧରି ଥାନାରେ ଜିମା ଦେଲେ ଲୋକେ। ଯାତ୍ରା ଏବଂ ମେଳା ସମୟରେ ଲୋକେ ସତର୍କ ରହିବାକୁ ଚେତାବନୀ ଦିଆଯାଇଥାଏ। କାରଣ ଏହି ସମୟରେ ଅନେକ ଲୁଟେରା ବୁଲିଥାଆନ୍ତି।

କାହାର ପକେଟରୁ ଟଙ୍କା ଚୋରି କରିଥାଆନ୍ତି ତ ମୂଲ୍ୟବାନ ଅଳଙ୍କାର ଚୋରି କରିଥାଆନ୍ତି। ତେବେ ମେରୁ ଯାତ୍ରାକୁ ବୁଲିବାକୁ ଯାଉଥିବା ଲୋକେ ସତର୍କ ରୁହନ୍ତୁ।