କେନ୍ଦୁଝର,୨୧ା୪: କେନ୍ଦୁଝରରେ ସୋମବାର ରାତିରେ ଏକ ଦୁଃଖଦ ଘଟଣା ଘଟିଛି । ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩ ଜଣ ଗୁରୁତର ହୋଇଛନ୍ତି ।
ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ହେବା ପରେ ଏକ ଅଜଣା ଗାଡ଼ି ବାଇକ୍ ଉପରେ ମାଡ଼ି ଯାଇଥିଲା ଫଳରେ ୩ ଜଣଙ୍କ ଜୀବନ ଚାଲିଯାଇଛି । ଯୋଡ଼ା ଥାନା ଡିଏଭି ସ୍କୁଲ ନିକଟ ଫ୍ଲାଏ ଓଭର ନିକଟରେ ଏହି ଦୁର୍ଘଟଣା ଘଟିଛି । ଗୁରୁତର ୩ ଜଣଙ୍କୁ ଟାଟା ଷ୍ଟିଲ୍ ମେଡିକାଲରେ ଭତ୍ତି;ର୍ କରାଯାଇଛି ।