BREAKING: ନାବାଳକ ମୁହଁରେ ଅପହରଣ କାହାଣୀ, ମତେ ଟ୍ୟୁସନ ସାର ନେଇ ଯାଇଥିଲେ…
ଜମି ବିକା ଟଙ୍କା ପାଇଁ ୯ ବର୍ଷର ପିଲାକୁ ଅପହରଣର ଷଡ଼ଯନ୍ତ୍ର ରଚିଥିଲେ ଟ୍ୟୁସନ୍ ମାଷ୍ଟର ଏନେଇ ପ୍ରେସମିଟ୍ କରି ସୂଚନା ଦେଇଛନ୍ତି ପୁଲିସ କମିଶନର।
ଭୁବନେଶ୍ୱର: ଅପହରଣକାରୀଙ୍କ ଠାରୁ ଉଦ୍ଧାର ହେବା ପରେ ନାବାଳକ କହିଲେ ଅପହରଣର କାହାଣୀ। ୧୦ଟା ବେଳେ ମୁଁ ସ୍କୁଲକୁ ଆସୁଥିଲି, ବାଟରେ ଟ୍ୟୁସନ୍ ସାର ମତେ ଅଟକାଇ ନେଇଗଲେ।
ଦେହ ଖରାପ ଥିଲା, ଡାକ୍ତର ପାଖକୁ କହି ନେଇ ଯାଇଥିଲେ ଟ୍ୟୁସନ ସାର। ପରେ ଜାଣିପାରିଲି ମତେ ଅପହରଣ କରାଯାଇଛି ବୋଲି।
ଜମି ବିକା ଟଙ୍କା ପାଇଁ ୯ ବର୍ଷର ପିଲାକୁ ଅପହରଣର ଷଡ଼ଯନ୍ତ୍ର ରଚିଥିଲେ ଟ୍ୟୁସନ୍ ମାଷ୍ଟର ଏନେଇ ପ୍ରେସମିଟ୍ କରି ସୂଚନା ଦେଇଛନ୍ତି ପୁଲିସ କମିଶନର।
ଖୋର୍ଦ୍ଧା ନିରାକାରପୁର ଅଞ୍ଚଳରୁ ଅପହୃତ ନାବାଳକ ସୁରକ୍ଷିତ ଉଦ୍ଧାର କରାଯାଇଥିଲା। ଘଟଣାରେ ସମ୍ପୃକ୍ତ ସମସ୍ତ ୭ ଜଣଙ୍କୁ ଗିରଫ ନେଇ ସିପି ସୂଚନା ଦେଇଛନ୍ତି।
ବାପାଙ୍କଠୁ ଜମି ବିକା ଟଙ୍କା ନେବାକୁ ନାବାଳକ ଅପହରଣ ଯୋଜନା କରାଯାଇଥିଲା। ଶୁଭ୍ରକାନ୍ତ ମହାପାତ୍ର ନାମକ ବ୍ୟକ୍ତି ଟଙ୍କା ଥିବା ଜାଣିଥିଲା।
ପୁଅକୁ ଉଦ୍ଧାର କରିଥିବାର ନାବାଳକଙ୍କ ମା’ ପୋଲିସକୁ ଧନ୍ୟବାଦ ଜଣାଇଥିଲେ।