ପାଟନା: ପଞ୍ଚାୟତି ରାଜ ଦିବସ ଅବସରରେ ବିହାରରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି ସାମିଲ ହୋଇଛନ୍ତି । କାର୍ଯ୍ୟକ୍ରମରେ ଭାସଣ ଦେବା ଅବସରରେ ମୋଦି ଆତଙ୍କବାଦୀଙ୍କୁ କଡ଼ା ଚେତାବନୀ ଦେଇଛନ୍ତି ।
ମୋଦି କହିଛନ୍ତି, ଏ ଆକ୍ରମଣ କେବଳ ପର୍ଯ୍ୟଟକଙ୍କ ଉପରେ ହୋଇନି, ଆତଙ୍କବାଦୀମାନେ ରାଷ୍ଟ୍ର ମା’ର ଆତ୍ମା ଉପରେ ଆକ୍ରମଣ କରିବାର ଦୁଃସାହସ କରିଛନ୍ତି ।
ଯେଉଁମାନେ ଏ ପ୍ରକାର ଦୁଃସାହସ କରିଛନ୍ତି ଏବଂ ଯେଉଁମାନେ ଯୋଜନା କରିଛନ୍ତି, ସେମାନଙ୍କୁ ଏହାର ଦଣ୍ଡ ମିଳିବ । ଆତଙ୍କବାଦୀଙ୍କ ବଳିପଡ଼ିଥିବା କିଛି ଅଂଶକୁ ସମ୍ପୂର୍ଣ୍ଣ ନିପାତ କରାଯିବ ।
୧୪୦ କୋଟି ଭାରତୀୟଙ୍କ ଆଶା, ଆକାଂକ୍ଷା ଆନୁସାରେ ଆତଙ୍କବାଦୀଙ୍କ ଅଣ୍ଟା ଭଙ୍ଗାଯିବ । ଆତଙ୍କବାଦୀଙ୍କୁ କଳ୍ପନାଠାରୁ ଅଧିକ ଦଣ୍ଡ ସେମାନଙ୍କୁ ମିଳିବ । ଆତଙ୍କବାଦୀଙ୍କ ବିରୋଧରେ ଲଢ଼େଇ ଜାରି ରହିବ ।
ଯେଉଁ ଭୂଖଣ୍ଡକୁ ଆତଙ୍କବାଦୀମାନେ ବ୍ୟବହାର କରୁଚନ୍ତି ତାହାକୁ ଧ୍ୱସ୍ତ କରାଯିବ ବୋଲି କହିଛନ୍ତି ମୋଦି ।
୧୨ ତାରିଖ ପହଲଗାମ୍ ଆତଙ୍କବାଦୀ ହମଲା ପରେ ପ୍ରଥମ ଥର ମୋଦି ଏ ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି । ପହଲଗାମ୍ ଆତଙ୍କବାଦୀ ଆକ୍ରମଣକୁ ନେଇ ସାରାଦେଶବାସୀ ଦୁଃଖରେ ଅଛନ୍ତି ।