(Video) ବିମାନନ୍ଦରରୁ ଉଡାଣ ଭରି ସମୁଦ୍ରରେ ପଡ଼ିଲା ପ୍ଲେନ୍, ପ୍ରାଣ ହରାଇଲେ ୬ ପୋଲିସ ଅଧିକାରୀ

ପ୍ରଶିକ୍ଷଣ ବିମାନ ଦୁର୍ଘଟଣାଗ୍ରସ୍ଥ । ମଝି ଆକାଶରୁ ସମୁଦ୍ରରେ ପଡ଼ିଲା ବିମାନ ।

ବ୍ୟାଙ୍କକ: ଥାଇଲାଣ୍ଡର ହିନ ରିସାର୍ଟରେ ଘଟିଛି ବଡ଼ ଦୁର୍ଘଟଣା । ପୋଲିସ ବିମାନ କ୍ରାସ୍ ହେବା କାରଣରୁ ୬ ପୋଲିସ ଅଧିକାରୀ ପ୍ରାଣ ହରାଇଛନ୍ତି । ଏ ନେଇ ଥାଇଲାଣ୍ଡ ପୋଲିସ ପକ୍ଷରୁ ଏକ୍ସରେ ସୂଚନା ସାଙ୍ଗକୁ ଏକ ଭିଡିଓ ଶେୟାର ହୋଇଛି ।

ପ୍ଲେନଟି ବିମାନ ବନ୍ଦରରୁ ଉଡାଣ ଭରିବାର କିଛି ସମୟ ମଧ୍ୟରେ ବିମାନଟି ସିଧା ଯାଇ ସମୁଦ୍ରରେ ପଡ଼ିଥିଲା । ଯେଉଁକାରଣରୁ ବିମାନରେ ସବାର ଥିବା ୬ ଅଧିକାରୀଙ୍କ ମୃତ୍ୟୁ ଘଟିଲା ।

ବିମାନଟି ପାରାଶୁଟ୍ ପ୍ରଶିକ୍ଷଣ ପାଇଁ ଯାଉଥିବାବେଳେ ଏ ଘଟଣା ଘଟିଥିବା ସୂଚନା । ଘଯଣାସ୍ଥଳରେ ୫ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଗୁରୁତର ଅବସ୍ତାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଅଧିକାରୀ ଚିକିତ୍ସା ବେଳେ ପ୍ରାଣ ହରାଇଥିଲେ ।

ଘଟଣାର ସୂଚନା ପାଇ ବିଭାଗୀୟ ଟିମ୍ ଆସି ବିମଙ୍କୁ ସମୁଦରୁ ବାହାର କରିବା ସହ ମୃତ ଦେହଗୁଡ଼ିକୁ ମଧ୍ୟ ବାହାର କରିଥିଲେ ।