ଲଣ୍ଡନରେ ପାକିସ୍ତାନ ଦୂତାବାସ ଅଧିକାରୀଙ୍କ ଆତଙ୍କୀ ବ୍ୟବହାର, ଭାରତୀୟଙ୍କ ବେକ କାଟି ଦେବାକୁ ଦେଲେ ଧମକ
ଜଣେ ପାକିସ୍ତାନୀ ଅଧିକାରୀ ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନଙ୍କ ଫଟୋ ଦେଖାଇ ଭାରତୀୟ ମାନଙ୍କ ବେକ କାଟି ଦେବାକୁ ଧମକ ଦେଉଥିଲେ।
ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ବିରୋଧରେ ସାରା ଦେଶ ଉତ୍ତେଜନାରେ ଲାଗିରହିଛି। ଆତଙ୍କୀଙ୍କ ଆକ୍ରମଣରେ ପ୍ରତିଶୋଧ ଚାହୁୂଁଛନ୍ତି ଭାରତବାସୀ। ଏପରି ପରିସ୍ଥିତିରେ, ଲଣ୍ଡନରେ ଥିବା ପାକିସ୍ତାନୀ ଦୂତାବାସର ଅଧିକାରୀ ନିର୍ଲଜ୍ଜତାର ସମସ୍ତ ସୀମା ଅତିକ୍ରମ କରିଛନ୍ତି।
ପହଲଗାମରେ ୨୬ ଜଣଙ୍କ ହତ୍ୟା ବିରୋଧରେ ଲଣ୍ଡନରେ ପାକିସ୍ତାନୀ ହାଇକମିଶନ ବାହାରେ ଭାରତୀୟମାନେ ପ୍ରତିବାଦ କରୁଥିଲେ। ଏହି ସମୟରେ, ଜଣେ ପାକିସ୍ତାନୀ ଅଧିକାରୀ ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନଙ୍କ ଫଟୋ ଦେଖାଇ ଭାରତୀୟ ମାନଙ୍କ ବେକ କାଟି ଦେବାକୁ ଧମକ ଦେଉଥିଲେ। ତାଙ୍କର ଏହି ନିର୍ଲଜ୍ଜ କାର୍ଯ୍ୟକୁ ସେଠାରେ ଉପସ୍ଥିତ ଥିବା କେହି ଜଣେ କ୍ୟାମେରାରେ କଏଦ କରିଥିଲେ।
#BREAKING: Pakistan Army Defence Attache in London gestures towards Indian protestors to slit their throat publicly. This is Colonel Taimur Rahat of Pakistan Army, Air and Army Attache at Pakistan’s Mission in UK. No difference between a thug illiterate terrorist at this coward. pic.twitter.com/eZdRxqBN4q
— Aditya Raj Kaul (@AdityaRajKaul) April 25, 2025
ଜମ୍ମୁ ଏବଂ କାଶ୍ମୀରର ପହଲଗାମରେ ୨୬ ଜଣଙ୍କ ମୃତ୍ୟୁରେ ଭାରତୀୟମାନେ ଶୋକ କରୁଥିଲେ, ସେତେବେଳେ ପାକିସ୍ତାନୀ ସେନା ଆଟାଚେ କର୍ଣ୍ଣେଲ ତୈମୁର ରାହତ ପ୍ରଦର୍ଶନକାରୀଙ୍କ ଗଳା କାଟିବାକୁ ଧମକ ଦେଇଥିଲେ। ତାଙ୍କର କାର୍ଯ୍ୟ ଦର୍ଶାଇଛି ଯେ ପାକିସ୍ତାନ ଆତଙ୍କବାଦର ଏକ ଦୃଢ଼ ସମର୍ଥକ।