କି ମାଷ୍ଟର ଇଏ..,ପରୀକ୍ଷା ମଝିରେ ଛାତ୍ରକୁ କହିଲା ଚିକେନ୍ କାଟେ, ଯାଞ୍ଚ ପରେ ଶିକ୍ଷକ ନିଲମ୍ବିତ

ଛାତ୍ର ପରୀକ୍ଷା ଦେଲା ମଝିରେ ମାଷ୍ଟର କହୁଛି ଚିକେନ୍ କାଟେ, ନିଲମ୍ବିତ ଶିକ୍ଷକ

ନୂଆଦିଲ୍ଲୀ: ରାଜସ୍ଥାନର ଉଦୟପୁରରୁ ଏକ ଆଶ୍ଛର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ସରକାରୀ ବିଦ୍ୟାଳୟର ଶିକ୍ଷକକୁ ନିଲମ୍ବନ କରାଯାଇଛି।

ମୋହନଲାଲ ଡୋଡା ନାମକ ଜଣେ ଶିକ୍ଷକଙ୍କୁ ଏଥିପାଇଁ ନିଲମ୍ବନ କରାଯାଇଛି କାରଣ, ସେ ଜଣେ ୯ମ ଶ୍ରେଣୀ ପିଲାକୁ ପରୀକ୍ଷା ଛାଡ଼ି ଚିକେନ କାଟିବାକୁ, ଛେଲିବାକୁ ଏବଂ ସଫା କରିବାକୁ କହିଥିଲେ।

ଯେମିତି ଏହି ଖବର ବାହାରକୁ ଆସିଲା, ଏହାପରେ ସ୍ଥାନୀୟ ଲୋକେ ଏହି ଅଭିଯୁକ୍ତ ଶିକ୍ଷକ ନାଁରେ ଥାନାରେ ଏତଲା ଦେଇଥିଲେ।

ସମାଚାର ଏଜେନ୍ସି ପିଟିଆଇର ରିପୋର୍ଟ ମୁତାବକ, ଅଭିଯୁକ୍ତ ଶିକ୍ଷକ କୁକୁଡ଼ା କାଟି ନିଜ ଘରକୁ ନେବାକୁ ଚାହୁଁଥିଲା। ବିଦ୍ୟାଳୟର ଅନ୍ୟାନ୍ୟ ଛାତ୍ରମାନେ କହିଥିଲେ ଯେ, ମୋହନ ଲାଲ ସ୍କୁଲରେ କାମ କରୁଥିବା ରୋଷେଇଆଙ୍କୁ କାମରୁ ବାହାର କରିଦେଇଥିଲା। ସେବେଠାରୁ ସ୍କୁଲରେ ଖାଇବାକୁ ମିଳୁନି।

ଏହି ଘଟଣାକୁ ଯାଞ୍ଚ କରିବା ଲାଗି ମନ୍ତ୍ରୀ ଟିମ୍‌ଙ୍କୁ ନିର୍ଦ୍ଦେଶ ଜାରି କରିଥିଲେ। ଅଧିକାରୀ ଏହାପରେ ସେହି ବିଦ୍ୟାଳୟରେ ଯାଞ୍ଚ କରିଥିଲେ। ଏଥିରେ ଜଣାପଡିଥିଲା ଯେ, ପରୀକ୍ଷା ସମୟରେ ଛାତ୍ର ରାହୁଲ କୁମାର ପାରଗୀଙ୍କୁ ଶିକ୍ଷକ ଜଣକ ଚିକେନ କାଟିବା ଏବଂ ପରକୁ ସଫା କରିବା ଲାଗି କହିଥିଲା। ଏହି ମମଲାରେ ପୋଲିସ ମୋହନଲାଲ ଡୋଡାଙ୍କୁ ଚାକିରିରୁ ନିଲମ୍ବିତ କରିଛନ୍ତି।