ସୁନା ଦୋକାନ ଗହଳି କିନ୍ତୁ ବ୍ୟବସାୟୀଙ୍କ ବେପାର ମାନ୍ଦା

ଭୁବନେଶ୍ୱର: ଅକ୍ଷୟ ତୃତୀୟାରେ ସୁନା ଦୋକାନରେ ଭିଡ଼ । ମା’ ଲକ୍ଷ୍ମୀଙ୍କ ଶୁଭକାମନା ପ୍ରାପ୍ତି ପାଇଁ ଆଜି ସୁନା ଦୋକାନାରେ ଭାରି ଭିଡ଼ ଜମିଥିବା ଦେଖିବାକୁ ମିଳିଛି ।

ଉଭୟ ଭୁବନେଶ୍ୱର ଓ ବ୍ରହ୍ମପୁରକୁ ସୁନା ଦୋକନାର ହବ୍ କୁହାଯାଉଥିବାବେଳେ ୨ଟି ଯାକ ସ୍ଥାନରେ ଲୋକମାନେ ଗହଣା କିଣିବା ପାଇଁ ସୁନା ଦୋକାନାରେ ଭିଡ଼ କରିଥିଲେ ।

ଦୋକାନରେ ଭିଡ଼ ହେବା ସତ୍ତେ୍ୱ ବ୍ୟବସାୟୀଙ୍କ କାରବାର କିନ୍ତୁ ସେତେ ଆଖି ଦୃଶିଆ ହୋଇ ନ ଥିବା କୁହାଯାଉଛି । ଯେଉଁ ଗ୍ରାହକ ୧୦ ଗ୍ରାମ ସୁନା କିଣିବା କଥା ସେମାନେ ୫ରୁ ୬ ଗ୍ରାମ ପର୍ଯ୍ୟନ୍ତ ସୁନା କିଣିଛନ୍ତି ।

କେବଳ ସୁନା କାହିଁକି କେହି କେହି ରୁପା ଅଳଙ୍କାର ସାଙ୍ଗକୁ ବାସକ, କଂସା, ପିତଳ ଆଦି ଧାତୁ କିଣି ଘରକୁ ନେଇଛନ୍ତି । ଅକ୍ଷୟ ତୃତୀୟାରେ ଯେ କୌଣସି ଜିନିଷ ଘରକୁ କିଣିନେବା ଭଲ ବୋଲି କୁହାଯାଏ ।

ଯେଉଁ କାରଣରୁ ଲୋକମାନେ ସୁନା କିଣିବାକୁ ପସନ୍ଦ କରନ୍ତି । ହେଲେ ବର୍ତ୍ତମାନ ସମୟରେ ସୁନା ଦର ୯୦ ହଜାର ପାଖାପଖି ଥିବାବେଳେ ସୁନା କିଣା ପ୍ରତି ଲୋକଙ୍କ ଆଗ୍ରହ କମିଥିବା ମଧ୍ୟ ଦେଖିବାକୁ ମିଳିଛି ।