ଫଣା ଟେକି ଗୋଡ଼ାଉଛି..କ୍ଲାସ ରୁମରୁ ବାହାରିଲା ୨୦ ଫୁଟର ଅହିରାଜ ସାପ, ଦେଖନ୍ତୁ ଫୋଟ

ଗଜପତି: ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ସଦର ଏସ୍ଏସ୍‌ଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରୁ ୨୦ ଫୁଟ ଲମ୍ବାର ଏକ ବିରାଟକାୟ ଅହିରାଜ ସାପ ଉଦ୍ଧାର ହୋଇଛି । ଗଞ୍ଜାମ ଚିକିଟିରୁ ସ୍ନେକ ହେଲ୍ପଲାଇନ ସଦସ୍ୟ ଆସି ସାପକୁ ଉଦ୍ଧାର କରିଛନ୍ତି ।

କିଛି ଦିନ ହେବ ବିଦ୍ୟାଳୟ ପରିସରରେ ସାପଟି ବୁଲୁଥିବା ବେଳେ ଧରାପଡିନଥିଲା । ଗତକାଲି ସନ୍ଧ୍ୟାରେ ବିଦ୍ୟାଳୟ ପରିସରରେ ଥିବା ଶ୍ରେଣୀଗୃହକୁ ସାପ ପଶି ଆସିଥିଲା ।

ସ୍କୁଲ କର୍ମଚାରୀମାନେ ଶ୍ରେଣୀଗୃହର କବାଟ ବନ୍ଦ କରିଦେଇଥିଲେ । ଫଳରେ ସାପ ବାହାରକୁ ବାହାରି ପାରି ନଥିଲା । ସାପକୁ ଦେଖି ବିଦ୍ୟାଳୟ କର୍ତ୍ତୃପକ୍ଷ ତୁରନ୍ତ ସ୍ନେକ ହେଲ୍ପଲାଇନକୁ ଜଣାଇଥିଲେ ।

ଦୁଇ ଜଣ ସ୍ନେକ୍ ହେଲପଲାଇନ ସଦସ୍ୟ ଆସି ସାପକୁ ଉଦ୍ଧାର କରିଛନ୍ତି । ସାପଟି ଉଦ୍ଧାର କରିବା ପାଇଁ ସେମାନଙ୍କୁ ନାକେଦମ୍ ହେବାକୁ ପଡ଼ିଥିଲା। ପ୍ରାୟ ଅଧ ଘଣ୍ଟା ପରେ ସାପ ଧରାପଡ଼ିଥିଲା ।