ନା ବନ୍ଧୁକ; ନା ଭୁଜାଲି… ଲଙ୍କାଗୁଣ୍ଡରେ ଚୋରି; (Video) ୧୯ ଟଙ୍କାର ରିଚାର୍ଜ ପାଇଁ ଆସି, ୫୦ ହଜାର ନେଇଗଲା ଯୁବକ

ଲଙ୍କାଗୁଣ୍ଡରେ ମୋବାଇଲ ଦୋକାନ ଲୁଟ୍ । ରିଚାର୍ଜ କରିବା ବାହାନାରେ ଆସିଥିଲା ଚୋର ।

ବିଜନୋର: ଏକ ମୋବାଇଲ ଦୋକାନରୁ ଚିନ୍ତାଜନକ ଭିଡିଓ ସାମ୍ନାକୁ ଆସିଛି । ଦିନ ଦ୍ୱିପ୍ରହରରେ ମୋବାଇଲ ଦୋକାନରୁ ଟଙ୍କା ଲୁଟ୍ କରିଛି ଚୋର ।

ସମ୍ପୂର୍ଣ୍ଣ ଘଟଣା ମୋବାଇଲ ଦୋକାନର ସିସିଟିଭି ଫୁଟେଜରେ କଏଦ ହୋଇଛି । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ମଧ୍ୟ ବେଶ୍ ଭାଇରାଲ ହେବାରେ ଲାଗିଛି ।

ମୁହଁରେ ମାସ୍କ ଓ ମୁଣ୍ଡରେ ଟୋପି ଲଗେଇ ଜଣେ ଯୁବକ ସୁହେଲଙ୍କ ଦୋକାନକୁ ଆସିଲା । ୧୯ ଟଙ୍କିଆ ରିଚାର୍ଜ କରିବା ପାଇଁ ଚୋର ସୁହେଲଙ୍କୁ କହିଥିଲା । କିନ୍ତୁ କିଛି ସମୟ ପରେ ୨୯ ଟଙ୍କିଆ ରିଚାର୍ଜ କରିବାକୁ କହିଥିଲା ଚୋର ।

ଯେତେବେଳେ ସୁହେଲ ରିଚାର୍ଜ କରିବାରେ ବ୍ୟସ୍ତ ରହିଥିଲେ, ସେତେବେଳେ ଚୋର ଲଙ୍କା ଗୁଣ୍ଡ ପକେଟରୁ ବାହାର କରି ସୁହେଲଙ୍କ ମୁହଁକୁ ଛାଡ଼ିଥିଲା । ସୁହେଲ ଆଖି ମନ୍ଥୁଥିବାବେଳେ ଚୋର ଡ୍ର’ ଭିତରୁ ଟଙ୍କା ବିଡ଼ା ନେଇ ଦୌଡ଼ିଲା ।

ସୁହେଲ ମଧ୍ୟ ଚୋର ପଛରେ ଦୌଡ଼ିଲେ, ହେଲେ ଧରିବାରେ ସକ୍ଷମହୋଇ ନ ଥିଲେ । ପାଖ ଲୋକଙ୍କୁ ସାହାଯ୍ୟ ପାଇଁ ଡାକିଥିଲେ, ହେଲେ ସେତେବେଳେକୁ ଚୋର ଟଙ୍କା ନେଇ ଫେରାର୍ ହୋଇସାରିଥିଲା ।

ଏହାର ସୂଚନା ସ୍ଥାନୀୟ ପୋଲିସରେ ଦେବା ପରେ ବିଭାଗୀୟ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି ।