Breaking: ଶ୍ରମିକ ଦିବସରେ ଶ୍ରମିକଙ୍କ ବଳି, ଜୀବନ ରକ୍ଷକ ଆମ୍ବୁଲାନ୍ସ ସାଜିଲା ଯମ

ଧର୍ମଗଡ଼: ୧୦୮ ଆମ୍ବୁଲାନ୍ସ ଧକ୍କାରେ ଶ୍ରମିକଙ୍କ ମୃତ୍ୟୁ । କୋଲସରା ଥାନା ବିଜୁ ଏକ୍ସପ୍ରେସ୍ ୱେ ବେହେରା ଛକରେ ଘଟିଛି ଏହି ଦୁର୍ଘଟଣା ।

ଶ୍ରମିକ ଜଣକ ସାଇକେଲରେ ଯାଉଥିବାବେଳେ ଆମ୍ବୁଲାନ୍ସ ଧକ୍କା ଦେଇଥିଲା । ଘଟଣା ସ୍ଥଳରେ ହିଁ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ସୂଚନା ।

ମୃତ ଶ୍ରମିକଙ୍କ ପରିବାର ଲୋକଙ୍କ ସହିତ ସ୍ଥାନୀୟ ଲୋକ ରାସ୍ତା ଅବରୋଧ କରିଛନ୍ତି ।