fbpx

ରାଜଧାନୀରେ ମାଡିଚାଲିଛି କରୋନା! ଆଜି ପୁଣି୧୬୩ ଚିହ୍ନଟ

ଭୁବନେଶ୍ୱର,୨୬ ।୭(ଓଡିଶା ଭାସ୍କର): ସାରା ରାଜ୍ୟରେ କରୋନା ମହାମାରୀ ମାଡିଚାଲିଥିବା ବେଳେ ଏଥିରୁ ବାଦ୍ ପଡିନି । ଗଞ୍ଜାମ ପରେ ଭୁବନେଶ୍ୱରେ ବଢିଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା । ଏହାରି ମଧ୍ୟରେ ଆଜି ୧୬୩ ଜଣ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୧୦୪ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୫୯ ଜଣ ଚିହ୍ନଟ ହୋଇଛନ୍ତି । ଏହା ସହ ଭୁବନେଶ୍ୱରେ ଆଜି ଆଉ ୪୬ ଜଣ ସୁସ୍ଥ ହୋଇଛନ୍ତି । ତେବେ ରାଜଧାନୀ ଭୁବନେଶ୍ୱରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୯୯୧କୁ ବୃଦ୍ଧି ପାଇଛି । ୯୦୯ ଜଣ ସୁସ୍ଥ ହୋଇଥିବା ବେଳେ ୧୦୬୯ ଜଣ ଚିକିତ୍ସିତ ଅବସ୍ଥାରେ ରହିଛନ୍ତି । ଏନେଇ ଭୁବନେଶ୍ୱର ମହାନଗର ନିଗମ ବା ବିଏମସି ପକ୍ଷରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.