ମାଲକାନଗିରି: ପିଶାଚୁଣୀ ପାଲଟିଲା ବୋହୂ। ଶାଶୂ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲା ବୋହୂ। ଏହି ଘଟଣାଟି ମାଲକାନଗିରି ଏମଭି ୧୮ ଗାଁର ବୋଲି ଜଣାପଡିଛି।
ସୂଚନାନୁଯାୟୀ, ଶାଶୂ ଶୋଇଥିବା ଅବସ୍ଥାରେ ବୋହୂ ଯାଇ ପେଟ୍ରୋଲ ଢାଳି ନିଆଁ ଲଗାଇଦେଇଛି। ଏ ନେଇ ଶାଶୂ ଘର ପକ୍ଷରୁ ଅଭିଯୋଗ ଆସିଛି। ଗୁରୁତର ଶାଶୂଙ୍କୁ ରାୟପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଶରୀରର ୬୬ ପ୍ରତିଶତ ଜଳିଯାଇଥିବାରୁ ଗୁରୁତର ଶାଶୂଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।