କରାଚୀ: ସଂସଦର ସ୍ୱତନ୍ତ୍ର ଅଧିବେଶନ ଡାକିଲା ପାକିସ୍ତାନ । ଆସନ୍ତା କାଲି ସନ୍ଧ୍ୟା ୫ଟାରେ ବସିବ ଅଧିବେଶନ ।
ଲଗାତର ୧୦ ଦିନ ଧରି ଏଲଓସିରେ ଅସ୍ତ୍ର ବିରତି ଉଲ୍ଲଘଂନ କରିଚାଲିଛଇ ପାକିସ୍ତାନ ସେନା । ଯାହାର କଡ଼ା ଜବାବ୍ ଦେଇଛି ଭାରତୀୟ ସେନା ।
ଗୋଟିଏ ପରେ ଗୋଟିଏ ପାକିସ୍ତାନ ବିରୋଧରେ ପଦକ୍ଷେପ ଗ୍ରହଣ କରିଚାଲିଛି ଭାରତ । ଗତକାଲି ଦୁଇ ଦେଶ ମଧ୍ୟରେ ସମସ୍ତ ଆମଦାନୀ ଓ ରପ୍ତାନୀ ବନ୍ଦ କରିବା ନେଇ ଘୋଷଣା କରାଯାଇଛି ।
ସେପଟେ ଯୁଦ୍ଧ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିବାବେଳେ ମୋଦି ଆକ୍ରମଣର ମୁହଁତୋଡ ଜବାବ୍ ଦେବା ଲାଗି ଚେତାବନୀ ମଧ୍ୟ ଦେଇସାରିଛନ୍ତି ।