NEET ପରୀକ୍ଷା ପାଇଁ କଡ଼ା ସୁରକ୍ଷା: ବନ୍ଦ ହେଲା ୧୬୫ ଟେଲିଗ୍ରାମ ଚ୍ୟାନେଲ୍‌

୧୬୫ ଟେଲିଗ୍ରାମ ଚ୍ୟାନେଲ ବନ୍ଦ

ଭୁବନେଶ୍ୱର: ଆଜି ଦ୍ୱିପ୍ରହର ୨ଟାରୁ ସଂଧ୍ୟା ୫ଟା ପର୍ଯ୍ୟନ୍ତ ନିଟ୍ ପରୀକ୍ଷା। ଏଥିପାଇଁ ୧୬୫ ଟେଲିଗ୍ରାମ ଚ୍ୟାନେଲ ବନ୍ଦ ହୋଇଛି। ଏହି ପରୀକ୍ଷା ପୂର୍ବରୁ ୩୨ଟି ଇନଷ୍ଟାଗ୍ରାମ ଆକାଉଣ୍ଟ ବ୍ଲକ ହୋଇଛି। ଏହି ଆକାଉଣ୍ଟ ସବୁକୁ ବନ୍ଦ କଲା ଇଣ୍ଡିଆନ ସାଇବର କ୍ରାଇମ କୋଡିନେସନ ସେଣ୍ଟର।

ନିଟ୍ ପରୀକ୍ଷା ପାଇଁ ଭୁବନେଶ୍ୱରର ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ବଢିଲା ସୁରକ୍ଷା ବ୍ୟବସ୍ଥା। ଏହି ପରୀକ୍ଷା ୫୬୬ ସହରରେ ଆୟୋଜନ କରାଯାଇଛି। ନିଟ୍ ପରୀକ୍ଷାକୁ ଆଉ କିଛି ଘଣ୍ଟା ବାକି ରହିଲା। ଏଥିପାଇଁ ଛାତ୍ରଛାତ୍ରୀ ଏନଟିଏର ଗାଇଡଲାଇନକୁ ଭଲଭାବେ ପଢି ପରୀକ୍ଷା ଦେବା ଉଚିତ୍‌।