ପାକିସ୍ତାନୀ ଅଭିନେତ୍ରୀଙ୍କ ଭିଡିଓ ଦେଖିବା ପାଇଁ ଭିପିଏନ କିଣୁଛନ୍ତି ଭାରତୀୟ ଫ୍ୟାନ୍ସ, ହାନିୟା ଆମିର କହିଲେ-କାନ୍ଦି ଦେବି..
ନୂଆଦିଲ୍ଲୀ: କାଶ୍ମୀରର ପହଲଗାମରେ ୨୨ଅପ୍ରେଲ ହୋଇଥିବା ଆତଙ୍କୀ ହମଲା ପରେ ଭାରତ ପାକିସ୍ତାନ ବିରୋଧରେ ଅନେକ କଡ଼ା ପଦକ୍ଷେପ ଗ୍ରହଣ କରିଛି। ଏଥିପାଇଁ ଭାରତରେ ଅନେକ ପାକିସ୍ତାନର ଅନେକ ପପୁଲାର ସେଲିବ୍ରିଟିଙ୍କ ଇନଷ୍ଟାଗ୍ରାମ ଆକଉଣ୍ଟଓ ବ୍ଲକ କରାଯାଇଛି।
ଏହି ତାଲିକାରେ ହାନିଆ ଆମିରଙ୍କଠାରୁ ମାହିରା ଖାନ, ଫୱାଦ ଖାନ, ରାହତ ଫତେହ ଅଲ୍ଲୀ ଖାନ ଏବଂ ଅଲୀ ଜଫରଙ୍କ ଭଳି ବଡ଼ ଅଭିନେତା ମଧ୍ୟ ଏଥିରେ ସାମିଲ ରହିଛନ୍ତି। ଏହି ସମସ୍ତ କଳାକାରଙ୍କର ଭାରତରେ ବହୁତ ଫ୍ୟାନ୍ସ ଫଲୋଇଂ ଅଛନ୍ତି।
କିଛି ଭାରତୀୟ ଫ୍ୟାନ୍ସ ଆଜି ବି ଏହି କଳାକାରଙ୍କ ଆକାଉଣ୍ଟସକୁ କ୍ଲିକ୍ କରୁଛନ୍ତି, ହେଲେ ଏହା ଏରର ଦେଖାଉଛି। ହେଲେ କିଛି ଫ୍ୟାନ୍ସ ଏଭଳି ଅଛନ୍ତି ସେମାନେ ଭିପିଏନ ଅର୍ଥାତ ଭର୍ଚୁଆଲ ପ୍ରାଇଭେଟ ନେଟୱର୍କର ବ୍ୟବହାର କରି ପାକିସ୍ତାନୀ କଳାକାରମାନଙ୍କ ଇନଷ୍ଟା ଆକାଉଣ୍ଟ ଭାରତରେ ବ୍ଲକ କରିବା ପାରେ ବି ଆକ୍ସେସ କରିପାରିବେ।
ଯେଉଁ ପାକିସ୍ତାନୀ ଅଭିନେତ୍ରୀ ଏବଂ ଅଭିନେତାଙ୍କ ଆକାଉଣ୍ଟ ଫ୍ୟାନ୍ସ ଭିପିଏନ ସାହାଯ୍ୟରେ ଆକ୍ସେସ କରୁଛନ୍ତି, ଏଥିରେ ପାକିସ୍ତାନୀ ଅଭିନେତ୍ରୀ ହାନିୟା ଆମିରଙ୍କ ନାମ ମଧ୍ୟ ସାମିଲ ଅଛି।
ହାନିୟା ଆମିରଙ୍କ ଆକାଉଣ୍ଟରେ ଭାରତୀୟ ଫ୍ୟାନ୍ସ ‘ମିସ ୟୁ’, ‘ଟେନସନ ନିଅନ୍ତୁନି ଆମେ ଭିପିଏନ ଲଗାଇ ଆସିଗଲୁ’, ଏମିତି କିଛି କମେଣ୍ଟ କରୁଛନ୍ତି। ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କୁ ଖୁବ ଭଲରେ ଉତ୍ତର ଦେଇ ହାନିୟା କହିଛନ୍ତି ଯେ, ‘କାନ୍ଦି ଦେବି..।’