ଓଭର ବ୍ରିଜ ଉପରୁ ତଳକୁ ଖସିଲା ଟ୍ୟାଙ୍କର, ଡ୍ରାଇଭର ଫେରାର

ଭୟଙ୍କର ଦୁର୍ଘଟଣା। ଓଭର ବ୍ରିଜ ଉପରୁ ପାଖାପାଖି ୩୦ ଫୁଟ୍ ତଳକୁ ଖସିଲା ଟ୍ୟାଙ୍କର।

ରାୟଗଡ଼ା: ବଡ଼ ଅଘଟଣ। ଓଭର ବ୍ରିଜ ଉପରୁ ତଳକୁ ଖସିଲା ଟ୍ୟାଙ୍କର। ଓଭର ବ୍ରିଜ ଉପରୁ ୩୦ ଫୁଟ୍ ତଳକୁ ଖସିଲା ଟ୍ୟାଙ୍କର। ଓଭର ବ୍ରିଜ ଉପରେ ଯାଉଥିବା ଏକ ଟ୍ୟାଙ୍କର ଭାରସାମ୍ୟ ହରାଇ ଓଭର ବ୍ରିଜ ଉପରୁ ୩୦ ଫୁଟ୍ ତଳକୁ ଖସି ପଡିଥିବା ସୂଚନା।

ଦୁର୍ଘଟଣା ଘଟିଛି ରାୟଗଡ଼ା ସଦର ମାର୍କେଟ୍ ଓଭର ବ୍ରିଜ ଉପରେ। ଦୁର୍ଘଟଣା ଘଟାଇବା ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଛି ଡ୍ରାଇଭର। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଯାଞ୍ଚ କରୁଛି। ଫେରାର ଡ୍ରାଇଭରକୁ ମଧ୍ୟ ଖୋଜା ଚାଲିଛି।

ତେବେ ଭାଗ୍ୟ ବଶତଃ  ଏତେବଡ଼ ଦୁର୍ଘଟଣାରେ କାହାରି କୌଣସି କ୍ଷତି ହୋଇନାହିଁ। ୩୦ ଫୁଟ୍ ତଳକୁ ଟ୍ୟାଙ୍କର ଖସିଥିଲେ ମଧ୍ୟ ଡ୍ରାଇଭର ସୁରକ୍ଷିତ ଭାବେ ଫେରାର ହୋଇଯାଇଛନ୍ତି। ଏବଂ ଦୁର୍ଘଟଣାସ୍ଥଳରେ କାହାରି କିଛି କ୍ଷତି ହୋଇନାହିଁ।