୧୧ ବର୍ଷରେ ସାଜିଲେ ବାଳିକା ବଧୂ, ବାହାଘର ଭିଣୋଇ ସହ, ଆଉ ପ୍ରେମ ଦିଅର ସହ, ଅଜବ ପ୍ରେମ କାହାଣୀ
୧୧ ବର୍ଷରେ ବାହା ହୋଇ ସାଜିଥିଲେ ବାଳିକା ବଧୂ। ନିଜେ ପିଲା ବୟସରେ ନେଇଥିଲେ ଭଉଣୀ ପିଲାର ଯତ୍ନ।
ରାଜସ୍ଥାନ: “ମୁଁ ବାର ବର୍ଷ ଧରି ନିର୍ଯ୍ୟାତନା ସହିଆସୁଛି। ଏବେ ମତେ ବଞ୍ଚିବାକୁ ଦିଆଯାଉ। ମୁଁ ମୋ ସ୍ୱାମୀଙ୍କୁ ନୁହେଁ, ମୋ ଦିଅରଙ୍କୁ ଭଲ ପାଇ। ମୁଁ ତାଙ୍କୁ ମୋର ସ୍ୱାମୀ ବୋଲି ମାନିନେଇଛି। ମୋ ପ୍ରତି ଅନ୍ୟାୟ ହେଇଛି”।
ଏପରି କିଛି ବଡ଼ ପାଟିରେ ଚିତ୍କାର କରି କହୁଛି ୧୧ ବର୍ଷ ବୟସରେ ବାଳିକା ବଧୂ ସାଜିଥିବା ରାଜସ୍ଥାନର ଚୁରୁର ବାସିନ୍ଦା ନେହା(ଛଦ୍ମନାମ)। ବଡ଼ ଭଉଣୀର ମୃତ୍ୟୁ ପରେ ଭିଣୋଇ ସହ ହୋଇଗଲା ବାହାଘର। ପୂର୍ବରୁ ଭଉଣୀର ଥିଲା ଗୋଟେ ପୁଅ। ଆଉ ନିଜେ ଛୁଆ ଥିବା ବୟସରେ ନେହା ମୁଣ୍ଡ ଉପରେ ଛୁଆର ବୋଝ। ତା ସାଙ୍ଗକୁ ମାଡ଼ ଗାଳି।
୧୧ ବର୍ଷର ବାଳିକା ବଧୂ: ହଁ ରାଜସ୍ଥାନର ଏପରି ଏକ ରୋଚକ ଘଟଣା ଏବେ ସାମ୍ନାକୁ ଆସିଛି। ନେହାର କାହାଣୀ ଏପରି ଯେ ଏହା ଜାଣିବା ପରେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ଏବଂ ଆପଣଙ୍କର ବି ତାଙ୍କ ପ୍ରତି ଦୟା ଆସିବ।
ଯେତେବେଳେ ନେହା ମାତ୍ର ୧୧ ବର୍ଷ ବୟସର ଥିଲେ, ସେତେବେଳେ ତାଙ୍କ ବଡ଼ ଭଉଣୀଙ୍କର ମୃତ୍ୟୁ ହୋଇଗଲା। ଭଉଣୀ ଜଣକ ବିବାହିତ ଥିଲେ ଏବଂ ତାଙ୍କର ଗୋଟେ ଅଢ଼େଇ ବର୍ଷର ପୁଅ ମଧ୍ୟ ଥିଲା।
ତେଣୁ ଘରେ ଜୋର ଜବରଦସ୍ତ ଯେଉଁ ବୟସରେ ନେହାର ଖେଳିବା ସମୟ, ସେହି ବୟସରେ ତାଠାରୁ ତିନି ଗୁଣା ଭିଣୋଇ ସହ ତାର ବିବାହ କରିଦିଆଗଲା। ତା ଉପରେ ପୁଣି ଛୁଆର ଦାୟିତ୍ୱ। ଯେତେବେଳେ କି ନେହା ନିଜେ ଥିଲା ଜଣେ ଛୁଆ।
ଶାଶୂ ଘରେ ଅତ୍ୟାଚାର: ତେବେ ସେ ଯାହା ହେଉନା କାହିଁକି ପରିବାର ଲୋକେ ଭିଣୋଇ ସହ ନେହାର ବିବାହ କରିଦେଲେ। ଆଉ ସବୁ ଦାୟିତ୍ୱ ନେହାର କାନ୍ଧରେ ପଡିଲା। ନେହା ମଧ୍ୟ କଷ୍ଟେ ମଷ୍ଟେ ସମସ୍ତ ଦାୟିତ୍ୱ ପୂରଣ କରିବାକୁ ଚେଷ୍ଟା କରୁଥିଲା।
ଶାଶୂ ଘରର ଦାୟିତ୍ୱ ସହ ଛୁଆର ମଧ୍ୟ ଦାୟିତ୍ୱ ନେଉଥିଲା। ହେଲେ ସେ ଶାଶୂଘରେ ଶାନ୍ତିରେ ନଥିଲେ। କାରଣ ନେହା ତାଙ୍କ ଶାଶୂଘରକୁ ବାଲ୍ୟ ବଧୂ ଭାବରେ ଆସିଥିଲେ। କିନ୍ତୁ ଭିମଲ (ଛଦ୍ମନାମ) ଯିଏକି ତାଙ୍କ ଭାଇରୁ ସ୍ୱାମୀ ହୋଇଥିଲେ, ଏବଂ ନେହାଙ୍କ ମଧ୍ୟରେ ବୟସର ବହୁତ ପାର୍ଥକ୍ୟ ଥିଲା।
ଏହି କାରଣରୁ ଉଭୟଙ୍କ ମଧ୍ୟରେ କୌଣସି ସମନ୍ୱୟ ନଥିଲା। ତଥାପି ନେହା ତାଙ୍କ ଭଉଣୀର ପିଲାର ଯତ୍ନ ନେବାକୁ ଚେଷ୍ଟା କରୁଥିଲେ। ବଦଳରେ ସେ କେବଳ ଗାଳି ଏବଂ ମାଡ଼ ଖାଉଥିଲେ। ତାଙ୍କ ସ୍ୱାମୀ ସବୁବେଳେ ନିଶାରେ ବୁଡ଼ି ରହୁଥିଲେ।
ସ୍ୱାମୀ ଜଣକ ମଦ ପିଇ ପ୍ରତ୍ୟେକ ଦିନ ନେହାକୁ ପିଟୁଥିଲା। ତାଙ୍କ ଶ୍ୱଶୁର ଘର ଲୋକଙ୍କ ବ୍ୟବହାର ମଧ୍ୟ ନେହାଙ୍କ ପ୍ରତି ଭଲ ନଥିଲା। ଦିନରେ ଘରେ ବସି ରୋଷେଇ କର, ବାସନ ମାଜ, ସଫା କର, ଛୁଆର ଯତ୍ନ ନିଅ। ଆଉ ରାତିରେ ସ୍ୱାମୀ ପାଖରୁ ମାଡ଼ ଖାଅ।
ଦିଅରର ସହାନୁଭୂତି: ବିଚରା ନେହା, ସେ ବା ଆଉ କ’ଣ କରିପାରିବ। ସବୁ ମାଡ଼ ଗାଳି ଖାଇ ସେହି ଘରେ ପଡି ରହୁଥିଲା। ହେଲେ ନେହାର ଦିଅର ବିନୟ(ଛଦ୍ମନାମ) ତାଙ୍କ ଜୀବନକୁ ଆସିଲେ।
ଧିରେ ଧିରେ ନେହାକୁ ବିନୟଙ୍କ ସହ କଥା ହେବା ପସନ୍ଦ ଆସିଲା। ପୂର୍ବରୁ, ଉଭୟଙ୍କ ମଧ୍ୟରେ ଭାଇ-ଭଉଣୀ ସମ୍ପର୍କ ଥିଲା, ଯାହା ବନ୍ଧୁତାରେ ପରିଣତ ହୋଇଥିଲା। ତାପରେ ଜଣାନାହିଁ କେବେ କିନ୍ତୁ ସେମାନଙ୍କ ମଧ୍ୟରେ ପ୍ରେମ ଫୁଟି ଉଠିଲା।
ନେହା ପ୍ରାୟତଃ ବିନୟଙ୍କ ସହ ତାଙ୍କର ଯନ୍ତ୍ରଣା ବାଣ୍ଟିଥିଲେ। ବିନୟ ମଧ୍ୟ ତାଙ୍କୁ ସାନ୍ତ୍ୱନା ଦେଉଥିଲା। ଆଉ ଏହି ସମ୍ପର୍କ ଧିରେ ଧିରେ ପ୍ରେମରେ ପରିଣତ ହୋଇଗଲା। ଆଉ ନେହା ନିଷ୍ପତ୍ତି ନେଲା କି ଏବେ ସେ ତା ସ୍ୱାମୀ ନୁହେଁ, ବରମ ନିଜ ଦିଅର ପାଖରେ ରହିବ।
ଦିଅର ସହ ଫେରାର: ତେଣୁ ଯୋଜନା ଅନୁଯାୟୀ ଫେବୃ଼ଆରୀ ୧୩ ତାରିଖରେ ନେହା ତାଙ୍କ ଦିଅରଙ୍କ ସହ ଘରୁ ପଳାଇ ଆସିଥିଲେ। ଦୁହେଁ ଦେଶର ବିଭିନ୍ନ ସ୍ଥାନକୁ ପ୍ରାୟ ଅଢ଼େଇ ମାସ ଭ୍ରମଣ କରିଥିଲେ। କେତେବେଳେ ସେ ହରିୟାଣାର ଗୁରୁଗ୍ରାମରେ ରହୁଥିଲେ ତ କେତେବେଳେ ମନ୍ଦିରରେ ଆଶ୍ରୟ ନେଉଥିଲେ।
କିନ୍ତୁ ଏବେ ଉଭୟଙ୍କୁ ହତ୍ୟା ଧମକ ମିଳୁଛି। ଯାହା ଯୋଗୁଁ ସେମାନେ ଡରିଯାଇ ପାଲିସର ସାହାଯ୍ୟ ଲୋଡିଛନ୍ତି। ନେହା ଅଭିଯୋଗ କରିଛନ୍ତି ଯେ ତାଙ୍କ ସ୍ୱାମୀ ବିମଳ ଏବଂ ଶାଶୁ ଏହି ସମ୍ପର୍କକୁ ବଦନାମ କରିବାକୁ ଚେଷ୍ଟା କରୁଛନ୍ତି।
ଭୟଭୀତ ହୋଇ ନେହା ଏବଂ ବିନୟ ଚୁରୁ ପୋଲିସ ସୁପରିଣ୍ଟେଣ୍ଡେଣ୍ଟଙ୍କ ସମ୍ମୁଖରେ ହାଜର ହୋଇ ସୁରକ୍ଷା ପାଇଁ ନିବେଦନ କରିଛନ୍ତି। ନେହା ଅଭିଯୋଗ କରିଛନ୍ତି ଯେ ତାଙ୍କୁ ବିବାହ କରିବାକୁ ବାଧ୍ୟ କରାଯାଇଥିଲା। ସେ କେବେବି ତାଙ୍କ ସ୍ୱାମୀଙ୍କୁ ଗ୍ରହଣ କରିନଥିଲେ। ଏବେ ସେ ତାଙ୍କ ଇଚ୍ଛା ଅନୁସାରେ ଜୀବନ ବଞ୍ଚିବାକୁ ଚାହୁଁଛନ୍ତି, କିନ୍ତୁ ତାଙ୍କ ଜୀବନ ବିପଦରେ ଅଛି।