“ବିଜେପି କିଛି କଲେ ଆମେ ତ ପ୍ରଶ୍ନ କରୁନୁ, ତାହାଲେ ଦୀଘା ଉପରେ ବିଜେପିର ଏତେ ରାଗ କାହିଁକି”?
ଦୀଘା ଜଗନ୍ନାଥ ମନ୍ଦିର ବିବାଦ। ବିଜେପି ଉପରେ ବର୍ଷିଲେ ମମତା।
ପଶ୍ଚିମବଙ୍ଗ: ଦୀଘା ଜଗନ୍ନାଥ ମନ୍ଦିର ବିବାଦ। କିଛି ଦିନର ରାଜନୈତିକ ତର୍କ ବିତର୍କ ଭିତରେ ଆଜି ମୁହଁ ଖୋଲିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। କେବଳ ମୁହଁ ଖୋଲିଛନ୍ତି ତା ନୁହେଁ, ବିଜେପି ଉପରେ ଖୁବ୍ ବର୍ଷିଛନ୍ତି।
ହେଣ ଦୀଘାରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ହେବା। ଆଉ ଓଡ଼ିଶାର ପୁରୀ ଜଗନ୍ନାଥ ମନ୍ଦିରର ନାମ ଜଗନ୍ନାଥ ଧାମ ଥିବାବେଳେ, ଦୀଘା ମନ୍ଦିରର ନାମ ମଧ୍ୟ ଜଗନ୍ନାଥ ଧାମ ରଖିବା। ଏହାସହ ପୁରୀ ଜଗନ୍ନାଥଙ୍କ ବଳକା ନବକଳେବର ରଥରେ ଦୀଘା ଜଗନ୍ନାଥ ମୃର୍ତ୍ତି ତିଆରି ହେବା ଏମିତି ଅନେକ ଅଭିଯୋଗ।
ଏହିସବୁ ଅଭିଯୋଗକୁ ନେଇ ରାଜନୈତିକ ସ୍ତରରେ ଚାଲିଛି ତର୍କ ବିତର୍କ। ଆଉ ଏହାରି ଭିତରେ ବିବାଦକୁ ନେଇ ମୁହଁ ଖୋଲିଛନ୍ତି ମମତା। ମମତା କହିଛନ୍ତି, ବିଜେପିର ଆମ ଉପରେ ଏତେ ରାଗ କାହିଁକି?
ବିଜେପି ବାଲା ତ କିଛି କଲେ ଆମେ କୌଣସି ପ୍ରଶ୍ନ ଉଠାଉନୁ। ତାହାଲେ ତାଙ୍କର ଆମ ଉପରେ ଏତେ ରାଗ କାହିଁକି। ମୁଁ ପୁରୀ ଜଗନ୍ନାଥ ମନ୍ଦିରକୁ ସମ୍ମାନ ଦିଏ। ଜଗନ୍ନାଥ ଧାମକୁ ବି ସମ୍ମାନ ଦିଏ।
ଜଗନ୍ନାଥ ମନ୍ଦିର ସବୁଠି ହୋଇପାରିବ। ସବୁ ମନ୍ଦିର ସବୁ ସ୍ଥାନରେ ହୋଇପାରିବ। ସାରା ଦେଶରେ କାଳୀ ମନ୍ଦିର ଓ ଗୁରୁଦ୍ୱାର ବି ଅନେକ ସ୍ଥାନରେ ରହିଛି। ହେଲେ ଦୀଘା ମନ୍ଦିରକୁ ନେଇ ଏତେ ରାଗ କାହିଁକି ବୋଲି କ୍ଷୋଭ ଝାଡ଼ିଲେ ମମତା? ହେଲେ ଦୀଘା ଜଗନ୍ନାଥ ଧାମ ନାମକରଣ ବିବାଦ ନେଇ କିଛି କହିଲେନି।