Operation Sindoor ପରେ କାନ୍ଦିଲେ ପାକିସ୍ତାନୀ ନ୍ୟୁଜ୍‌ ଆଙ୍କର, ୟୁଜର୍ସ କହିଲେ ସବୁର…

ନୂଆଦିଲ୍ଲୀ/ଇସଲାମବାଦ,୮ା୫: ଆମ ଭାରତୀୟ ସେନା ପହଲଗାମ ଆକ୍ରମଣର ଏପରି ପ୍ରତିଶୋଧ ନେଇଥିଲା ଯେ, ଏହା ସମଗ୍ର ପାକିସ୍ତାନରେ ଭୂକମ୍ପ ସୃଷ୍ଟି କରିଥିଲା। ‘ଅପରେସନ ସିନ୍ଦୂର’ ମଙ୍ଗଳବାର ରାତି ୧:୩୦ରେ ଆରମ୍ଭ ହୋଇଥିଲା ଏବଂ ପାକିସ୍ତାନରେ ଥିବା ଆତଙ୍କବାଦୀ ଆଡ୍ଡାଗୁଡ଼ିକରେ ଏପରି ଆକ୍ରମଣ କରାଯାଇଥିଲା ଯେ, ସବୁକିଛି ଲାଲ ହୋଇଗଲା। ଏହି ସମୟରେ, ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଜଣେ ପାକିସ୍ତାନୀ ନ୍ୟୁଜ୍‌ ଆଙ୍କର ଖୁବ୍‌ ଜୋର୍‌ରେ କାନ୍ଦୁଥିବାର ଦେଖାଯାଉଛି। ୟୁଜରମାନେ କହିଛନ୍ତି, ଏହି ମହିଳା ଭାରତର ବାୟୁସେନା ଆକ୍ରମଣ ଯୋଗୁ ନର୍କକୁ ଯାଇଥିବା ପାକିସ୍ତାନୀ ‘ଅତିଥି’ମାନଙ୍କ ପାଇଁ ଦୁଃଖ କରୁଛନ୍ତି।

ଏହି ଭିଡିଓଟି ସୋସିଆଲ ମିଡିଆ ପ୍ଲାଟଫର୍ମ @Incognito_qfs ନାମକ ଏକ ‘ X ‘ଆକାଉଣ୍ଟରୁ ପୋଷ୍ଟ କରାଯାଇଛି। ଭିଡିଓଟି ଏପର୍ଯ୍ୟନ୍ତ ୫ ଲକ୍ଷରୁ ଅଧିକ ଥର ଦେଖାଯାଇିଛି, ପୋଷ୍ଟରେ ଲୋକଙ୍କ ମନ୍ତବ୍ୟ ମଧ୍ୟ ବହୁତ ଜୋରଦାର। ଜଣେ ୟୁଜର କହିଛନ୍ତି, ଏହି ମହିଳା ପାକିସ୍ତାନୀ ସିରିୟଲରେ ଅଭିନୟ ଉଚିତ୍‌। ଅନ୍ୟ ଜଣେ ଲେଖଛନ୍ତି, ବନ୍ଦ କର ଭଉଣୀ, ତୁମେ କେତେ ଆଉ ଡ୍ରାମା କରିବ?

ଅପରେସନ ସିନ୍ଦୂର କ’ଣ?
‘ଅପରେସନ ସିନ୍ଦୂର’ ହେଉଛି ୨୬ ଜଣ ନିରୀହ ପର୍ଯ୍ୟଟକଙ୍କ ମୃତ୍ୟୁର ପ୍ରତିଶୋଧ, ଯେଉଁମାନେ ୨୨ ଏପ୍ରିଲରେ କାଶ୍ମୀରର ପହଲଗାମରେ ସେମାନଙ୍କ ଧର୍ମ ବିଷୟରେ ପଚାରିବା ପରେ କାପୁରୁଷ ପାକିସ୍ତାନୀ ଆତଙ୍କବାଦୀଙ୍କ ଦ୍ୱାରା ନିର୍ମମ ଭାବରେ ହତ୍ୟା କରାଯାଇଥିଲା। ଏହି ଆତଙ୍କବାଦୀ ଆକ୍ରମଣର ଠିକ୍‌ ୧୫ଦିନ ପରେ, ଆମର ତିନି ସେନା ମିଳିତ ଭାବରେ ପାକିସ୍ତାନ ଏବଂ POKରେ ପ୍ରବେଶ କରି ସେଠାରେ ଲୁଚି ରହିଥିବା ଆତଙ୍କବାଦୀ ଶିବିରଗୁଡ଼ିକ ଉପରେ ଏପରି ଆକ୍ରମଣ କରିଥିଲେ ଯେ, ସେଗୁଡ଼ିକ ଏବେ ଧ୍ୱଂସାବଶେଷରେ ପରିଣତ ହୋଇଯାଇଛି।

ଏହି ଅପରେସନରେ, ଭାରତୀୟ ସେନା ପାକିସ୍ତାନ ଏବଂ ପାକ ଅଧିକୃତ କାଶ୍ମୀର (POK)ରେ ଥିବା ୯ଟି ଗୁରୁତ୍ୱପୂର୍ଣ୍ଣ ଆତଙ୍କବାଦୀ ଆଡ୍ଡାକୁ ଟାର୍ଗେଟ କରିଥିଲା। ଏହି ଆଡ୍ଡାଗୁଡ଼ିକୁ ଜୈଶ-ଏ-ମହମ୍ମଦ (JeM), ଲସ୍କର-ଏ-ତୋଇବା (LeT) ଏବଂ ହିଜବୁଲ ମୁଜାହିଦ୍ଦିନ ଭଳି ନିଷିଦ୍ଧ ଆତଙ୍କବାଦୀ ସଂଗଠନର ଗଡ଼ ବୋଲି ବିବେଚନା କରାଯାଉଥିଲା।