ଆଜି ସଂଧ୍ୟା ୫ଟାରୁ ଲାଗୁ ହେଲା ଅସ୍ତ୍ରବିରତି: ଭାରତ-ପାକିସ୍ତାନ ମଧ୍ୟରେ ସହମତି

ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ପାଇଁ ସହମତି ପ୍ରକାଶ ପାଇଛି । ଏ ନେଇ ସୂଚନା ଦେେଲେ ବୈଦେଶିକ ସଚିବ ବିକ୍ରମ ମିଶ୍ରି । ଭାରତୀୟ ସମୟ ।ାଜି ସଂଧ୍ୟା ୫ଟାରୁ ଅସ୍ତ୍ରବିରତି ହୋଇଛି ।

ଭାରତ-ପାକିସ୍ତାନ ଅସ୍ତ୍ରବିରତି ସହମତି କଥା ଜଣାଇଲେ ୟୁଏସ ବୈଦେଶିକ ସଚିବ ମାର୍କେ ରୁବିଓ । ସେ ନିଜେ ଏବଂ ଉପରାଷ୍ଟ୍ରପତି ଭାନ୍ସ ମଧ୍ୟସ୍ଥତା କରିଥିବା ସ୍ପଷ୍ଟ କରିଛନ୍ତି । ବିଗତ ୪୮ ଘଣ୍ଟାର ଆଲୋଚନା ପରେ ସଫଳତା ମିଳିଥିବା କହିଲେ ।

ପ୍ରଧାନମନ୍ତ୍ରୀ ମୋଦି ଓ ପାକ୍ ପ୍ରଧାନମନ୍ତ୍ରୀ ସରିଫଙ୍କ ସହ ଆଲୋଚନା ହୋଇଛି । ଏଥିସହ ବୈଦେଶିକ ମନ୍ତ୍ରୀ ଜୟଶଙ୍କର, ପାକ୍ ସେନା ମୁଖ୍ୟ ମିନିରଙ୍କ ସହ ଆଲୋଚନା ହୋଇଛି । ଏନଏସଏଅଜିତ ଡୋଭାଲ୍‌, ପାକ ଏନଏସଏ ଅମି୍ ମଲିକଙ୍କ ସହ ଅଲୋଚନା ହୋଇଛି । ଅସ୍ତ୍ରବିରତି ସହ ଉଭୟ ଦେଶ କଥାବାର୍ତ୍ତା ପାଇଁ ରାଜି ହୋଇଛନ୍ତି ।